ଡିସେମ୍ବର ୨ରୁ ବକ୍ସିଂ ଲିଗ୍‌ : ଖେଳିବ ଓଡ଼ିଶା ୱାରିୟର୍ସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ପ୍ରଥମ ଥର ପାଇଁ ଭବ୍ୟ ଆକାରରେ ଦେଶରେ ବକ୍ସିଂ ଲିଗ୍‌ର ଆୟୋଜନ କରାଯାଉଛି । ଆସନ୍ତା ଡିସେମ୍ବର ୨ ତାରିଖରୁ ୨୧ ତାରିଖ ମଧ୍ୟରେ ଏହା ଦେଶର ବିଭିନ୍ନ ଭାଗରେ ଖେଳାଯିବ । ୬ଟି ଫ୍ରାଞ୍ଚାଇଜ୍‌ ଦଳ ନିଜ ଖେଳାଳିମାନଙ୍କୁ ଗ୍ରହଣ କରି ବର୍ତ୍ତମାନ ପ୍ରସ୍ତୁତ ଅଛନ୍ତି ଏହି ପ୍ରତିଯୋଗିତାରେ ଖେଳିବା ସକାଶେ । ତେବେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଓଡ଼ିଶା ନାଁରେ ଗଠିତ ହୋଇଥିବା ଦଳ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛି । ତଥା ମ୍ୟାଚ୍‌ ମଧ୍ୟ କେତୋଟି ଓଡ଼ିଶାରେ ହେବ । ଓଡ଼ିଶା ୱାରିୟର୍ସ ଦଳରେ ନିଖତ ଜରିନ୍‌ ସାମିଲ ଅଛନ୍ତି । ଏଥିରେ ଦୀପକ, ସଚିନ୍‌, ଜୟଙ୍କ ସହ ଉଜ୍‌ବେକିସ୍ତାନର ରାଖୋମୋନଭ, ଲାଟଭିଆର ବୋରିସ୍‌ ଏବଂ ବୋତ୍ସୱାନାର ଖେଳାଳି କେବୋସି ଏହି ଦଳରେ ଅଛନ୍ତି । ୬ ଥରର ବିଶ୍ୱ ଚମ୍ପିଆନ୍‌ ମ୍ୟାରିକମ୍‌ ପଞ୍ଜାବ ରୟାଲସ୍‌ ଦଳର ସଦସ୍ୟ ଅଛନ୍ତି । ତେଣୁ ଏହି ଲିଗ୍‌ ବେଳେ ମ୍ୟାରିକମ୍‌ ଏବଂ ଜରିନଙ୍କ ମଧ୍ୟରେ ମୁକାବିଲା ହେବାର ସମ୍ଭାବନା ବନିଥିବାରୁ ଏହାକୁ ନେଇ ବକ୍ସିଂ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ଓଡ଼ିଶା ୱାରିୟର୍ସର ମ୍ୟାଚ୍‌ ଡିସେମ୍ବର ୨ରୁ୮ ତାରିଖ ମଧ୍ୟରେ କଟକ ଜବାହାରଲାଲ ନେହରୁ ଇନେ୍ଦାର ଷ୍ଟାଡ଼ିୟମରେ ଖେଳାଯିବା ସମ୍ପର୍କରେ ସୂଚନା ମିଳିଛି । ଏମ୍‌ର୍ଜିଂ ସ୍ପୋଟର୍ସ ଆନ୍ଦ ମିଡ଼ିଆ ଟେକ୍ନୋଲୋଜି ପକ୍ଷରୁ ଏହି ବକ୍ସିଂ ଲିଗ୍‌ର ଆୟୋଜନ କରାଯାଉଛି । ପ୍ରତ୍ୟେକ ଦଳରେ ୫ ଜଣ ପୁରୁଷ ଏବଂ ୨ ଜଣ ମହିଳା ବକ୍ସର ସାମିଲ ରହିବେ । ଏହି ଲିଗ୍‌ ଖେଳିବାକୁ ଥିବା ଅନ୍ୟ ଦଳ ଗୁଡ଼ିକ ହେଲା ବେଙ୍ଗାଲୁରୁ, ଆଦାମି ଗୁଜୁରାଟ, ନର୍ଥ ଇଷ୍ଟ ଏବଂ ବମ୍ବେ ବୁଲେଟସ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*