ଡିସେମ୍ବର ୧୯ରେ କୋଲକାତାରେ ଆଇପିଏଲ୍‌ ନିଲାମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପରବର୍ତ୍ତୀ ଆଇପିଏଲ୍‌ ପ୍ରତିଯୋଗିତା ସକାଶେ ନିଲାମର ସମୟ ପାଖେଇ ଆସୁଛି । ପ୍ରଥମ ଥର ପାଇଁ କୋଲକାତାଠାରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଖେଳାଳି ନିଲାମ ଅନୁଷ୍ଠିତ ହେବ । ଡିସେମ୍ବର ୧୯ ତାରିଖ ଦିନ କୋଲକାତାର ଏକ ତାରକା ହୋଟେଲରେ ଏହାର ଆୟୋଜନ କରାଯିବ । ଏହି ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ ଦଳଗୁଡିକ ୭୧ଜଣ ଖେଳାଳିଙ୍କୁ ରିଲିଜ କରିସାରିଛନ୍ତି । ସେମାନେ ୩୫ ବିଦେଶୀଙ୍କ ସହ ୧୨୫ଜଣ ଖେଳାଳିଙ୍କୁ ନିଜ ପାଖରେ ରଖିଛନ୍ତି ଆଉ ଏକ ସିଜିନ୍‌ ଲାଗି । କିଙ୍ଗସ୍‌ ଏକାଦଶ ପଞ୍ଜାବ ଆଗାମୀ ନିଲାମରେ ଖେଳାଳିଙ୍କୁ କିଣିବା ସକାଶେ ସବୁଠାରୁ ଅଧିକ ୪୨.୭୦ କୋଟି ଟଙ୍କା ନିଜ ପାଖରେ ରଖିଛି । ସେମାନେ ଡେଭିଡ ମିଲର, ସାମକରନ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ରିଲିଜ କରିସାରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ୧୮ ଖେଳାଳିଙ୍କୁ ରଖିଥିଲା ବେଳେ ୧୨ଜଣଙ୍କୁ ରିଲିଜ କରିଛି । ବିରାଟ କୋହଲିଙ୍କ ବାଙ୍ଗାଲୋର ଦଳ ପାଖରେ ଖେଳାଳି କିଣିବା ଲାଗି ୨୮ କୋଟି ରହିଥିଲା ବେଳେ ଚେନ୍ନାଇ ଦଳ ପାଖରେ ରହିଛି ୧୪.୬୦ କୋଟି ଟଙ୍କା । ଦିଲ୍ଲୀ ପାଖରେ ୨୭.୮୫, ହାଇଦ୍ରାବାଦ ପାଖରେ ୧୭, ଶାହାରୁଖଙ୍କ ଦଳ କୋଲକାତା ପାଖରେ ୩୫.୬୫ ଏବଂ ରାଜସ୍ଥାନ ପାଖରେ ୨୮.୯୦ କୋଟି ଟଙ୍କା ଏହି ନିଲାମ ପାଇଁ ରହିଛି । ଦଳୀୟ ମ୍ୟାନେଜମେଣ୍ଟ ବର୍ତ୍ତମାନ ପୂର୍ଣ୍ଣ ଭାବରେ ଖେଳାଳି ଚୟନ କାମରେ ବ୍ୟସ୍ତ ରହି କାଗଜକଲମରେ ନିଜ ଦଳ ବନାଇ ନିଲାମ ପାଇଁ ରେଡି ହେବାରେ ଲାଗିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*