ଡିସେମ୍ବର ପହିଲାରେ ହୋଇପାରେ କ୍ରିକେଟ ବୋର୍ଡ ଏଜିଏମ୍‌, ସୌରଭ ପୂରା ସମୟ ସଭାପତି!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଲକାତା

ଭାରତୀୟ କ୍ରିକେଟ ବୋର୍ଡର ବହୁ ପ୍ରତିକ୍ଷିତ ବାର୍ଷିକ ସାଧାରଣ ପରିଷଦ ବୈଠକ ଡିସେମ୍ବର ପହିଲାରେ ହେବା ସ୍ଥିର ହୋଇଥିବା କୁହାଯାଉଛି । ଏଥିରେ ଏକାଧିକ ବିଷୟ ଆଲୋଚନା ସକାଶେ ଆସିବ । ଲୋଧା ସୁପାରିସ ଲାଗୁ ପରେ ଏହା ପ୍ରଥମ ଏଜିଏମ୍‌ ତଥା ବୋର୍ଡର ଇତିହାସରେ ଏହା ୮୮ତମ ଏଜିଏମ୍‌ ହେବାକୁ ଯାଉଛି । ଏଥିରେ କେତୋଟି ବଡ଼ ବୋର୍ଡ ସମ୍ବିଧାନ ସଂଶୋଧନ ପାରିତ ହେବାର କଥା କୁହାଯାଉଛି । ବିଶେଷ କରି ସୌରଭ ଗାଙ୍ଗୁଲୀଙ୍କୁ ପୂରା ସମୟ ସଭାପତି ଭାବରେ ରଖିବା ଏବଂ ଏନ୍‌ ଶ୍ରୀନିବାସନଙ୍କୁ ବିସିସିଆଇର ପ୍ରତିନିଧି ଭାବରେ ଆଇସିସିକୁ ପଠାଇବା ପାଇଁ ସଂଶୋଧନ କରାଯିବାକୁ ସ୍ଥିର ହୋଇଥିବା କୁହାଯାଉଛି । ବିଶେଷ କରି କୁଲିଂ ଅଫ୍‌ ପିରିୟଡକୁ ବୋର୍ଡ ଓ ରାଜ୍ୟ ସଂଘ ସହିତ ମିଶା ନଯାଇ ଅଲଗା ଅଲଗା କରିବା ପାଇଁ ସଂଶୋଧନ ସମ୍ବିଧାନରେ କରିବା ସକାଶେ ଏକ ବଡ ବର୍ଗ ଚାହୁଁଥିବା କୁହାଯାଉଛି । କାରଣ ବର୍ତ୍ତମାନ ସଭାପତି ଥିବା ସୌରଭ କେବଳ ୧୦ ମାସ ଏହି ଦାୟିତ୍ୱରେ ରହିବାକୁ ଯାଉଛନ୍ତି । ତାଙ୍କ ପୂର୍ଣ୍ଣ ୩ ବର୍ଷ ଦେବାକୁ ସମ୍ବିଧାନର ସଂଶୋଧନ କରାଯିବାର ଆବଶ୍ୟକତା ରହିଛି । ତେବେ ଏହି ସଂଶୋଧନ ଲାଗୁ ହେବାକୁ ହେଲେ ତାହାକୁ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ପଡ଼ିବ । କୁହାଯାଉଛି ଯେ, ଭଲ ତଥା ଅଭିଜ୍ଞ ପଦାଧିକାରୀ ମିଳୁ ନଥିବାରୁ ଏଭଳି ସଂଶୋଧନ କରାଯିବାର ଆବଶ୍ୟକତା ରହିଛି । ଯଦି ତାହା ହୁଏ ତାହେଲେ ସୌରଭ ୨୦୨୨ ପର୍ଯ୍ୟନ୍ତ ସଭାପତି ରହିବେ ତଥା ଏନ୍‌ ଶ୍ରୀନିବାସନଙ୍କ ଲାଗି ଆଇସିସିଙ୍କୁ ପ୍ରତିନିଧି ଭାବରେ ଯିବାର ବାଟ ଖୋଲିଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*