ଡିଜି ଦାୟିତ୍ୱ ନେଲେ ଅଭୟ ମୋ ସରକାର ଓ ୫-ଟିକୁ ପ୍ରାଥମିକତା ଦିଆଯିବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ଓଡିଶା ପୁଲିସ ମହାନିଦେ୍ର୍ଦଶକ ଭାବେ ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର୍ ଅଭୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋମବାର ଅପରାହ୍ନରେ ଅଭୟ କଟକ ପୁଲିସ ମୁଖ୍ୟାଳୟରେ ପହଂଚି ଡିଜି ଦାୟିତ୍ୱ ଗ୍ରହଣ କରିବା ପରେ ଆଗାମୀ ଦିନରେ ଓଡିଶା ପୁଲିସର ରୋଡ୍ ମ୍ୟାପ୍ କ’ଣ ହେବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି । ମୋ-ସରକାର ଏବଂ ୫-ଟି ଅନୁଯାୟୀ ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ ଓ ଟାଇମ୍ ଲିମିଟ୍ ମଧ୍ୟରେ କାମ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ମହିଳାଙ୍କ ଉପରେ ହେଉଥିବା ଅପରାଧ ରୋକିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଜନିତ ମାମଲାକୁ କିପରି ଶୀଘ୍ର ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏହାଛଡା ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ ଓ ସେମାନଙ୍କ ସମସ୍ୟା ସମାଧାନ କରାଯିବ ଏବଂ ପୋଲିସ କିଭଳି ଜନପ୍ରିୟ ହୋଇପାରିବ ତାହା ଉପରେ ମଧ୍ୟ ଫୋକସ୍ କରାଯିବ ବୋଲି ସେ କହିଛନ୍ତି । ସେହିଭଳି ମାଓ ଦମନ ନିୟନ୍ତ୍ରଣ କିଭଳି କରାଯିବ ତା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ନେଇ ସେ ସଂକେତ ଦେଇଛନ୍ତି । ମାଫିଆ ଓ ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ନୂଆ ରଣନୀତି ଆପଣାଯିବ ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ରାଜ୍ୟ ପୁଲିସର ଯାଂଚ ପ୍ରକ୍ରିୟାକୁ ଅଧିକ ଉନ୍ନତମାନର କରାଯିବ । ଯାହାଦ୍ୱାରା ଠିକ୍ ସମୟରେ ଅପରାଧୀଙ୍କୁ ଧରାଯାଇପାରିବ ବୋଲି ସେ କହିଛନ୍ତି । ଓଡିଶା ପୋଲିସ ଡିଜି ଦାୟିତ୍ୱ ଗ୍ରହଣ ପୂର୍ବରୁ ଅଭୟ ଜାତୀୟ ପୁଲିସ ଏକାଡେମୀର ନିଦେ୍ର୍ଦଶକ ଥିଲେ । ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋର ଡିଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ଡେପୁଟେସନରୁ ଫେରିବା ପରେ ସୋମବାର ଆନୁଷ୍ଠାନିକ ଭାବେ ପୁଲିସ ମହାନିଦେ୍ର୍ଦଶକ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଗି୍ନ ନିରାପତ୍ତ ସାର୍ଟିଫିକେଟ ଦେବାରେ ଅନିୟମିତତା ଅଭିଯୋଗରେ ପୂର୍ବତନ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ନୂତନ ଡିଜିପି ଭାବେ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଥିଲେ । ମାତ୍ର ସେତେବେଳେ ଅଭୟ ଡେପୁଟେସନରେ ଥିବାରୁ ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ପୁଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*