ଡିଜିଟାଲ ସେବା ଓ ଆର୍ଥିକ ସାକ୍ଷରତା ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଆସିକା

ଆସିକା ଡାକମନ୍ଦଳ ଦ୍ୱାରା ବ୍ଲକ ଅଧିନ ଚେରମାରିଆ ଗ୍ରାମରେ ଡିଜିଟାଲ ସେବା ଓ ଆର୍ଥôକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଗ୍ରାମ ଚେରମାରିଆଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ନାବାର୍ଡ ଓ ଇନ୍ଦିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବେଳେ ସାଂସଦ ପ୍ରମିଳା ବିଷୋୟୀ, ଆସିକା ଡାକ ଅଧିକ୍ଷକ ସୁରେନ୍ଦ୍ର ନାଥ ପନ୍ଦା, ଡାକ ନିରୀକ୍ଷକ ଲିଙ୍ଗରାଜ ପ୍ରଧାନ, ବ୍ୟାଙ୍କ ମ୍ୟାନେଜର ଦିବାକର ସେଠି ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ଆସିକା ଡାକ ମନ୍ଦଳ ଅଧିକ୍ଷକ ସୁରେନ୍ଦ୍ର ନାଥ ପନ୍ଦା ଡିଜିଟାଲ କାରବାର ଉପରେ ଲୋକଙ୍କୁ ବୁଝାଇଥିଲେ । ସାଂସଦ ପ୍ରମିଳା ବିଷୋୟୀ ଭାରତ ସରକାରଙ୍କ ଡିଜିଟାଲ ସେବା ସମ୍ପର୍କିତ ବ୍ୟବସ୍ଥା କିପରି ସରଳୀକରଣ ଭାବେ କାର୍ଯର୍୍ୟ କରାଯାଇପାରିବ ତାହା ଉପରେ ଡାକମନ୍ଦଳ ଅଧିକାରୀଙ୍କୁ କହିଥିଲେ । ଏହା ପରେ ସାଂସଦ ଓ ତାଙ୍କ ପରିବାର ସଦସ୍ୟଙ୍କର ଆଇପିବି ଆକାଉଣ୍ଟ ଖୋଲାଯାଇଥିଲା । ଚେରମାରିଆ ଗ୍ରାମରେ ସାତଶଙ୍ଖ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟ ଓ ପ୍ରାୟ ୨ ଶହ ଜଣ ଗ୍ରାମବାସୀ ନିଜ ନିଜ ଆକାଉଣ୍ଟ ଖୋଲିଥିଲେ । ଏହା ସହିତ ଆସିକା ସାଂସଦ ପ୍ରମିଳା ବିଷୋୟୀ ୩ ଶହ ଟଙ୍କା ଦେଇ ନିଜ ନାମରେ ମାଇ ଷ୍ଟାମ୍ପ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*