ଡିଜାଷ୍ଟର ମ୍ୟାନେଜମେଣ୍ଟରେ ସାମିଲ ହେବେ ଗାଁ ଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡ଼ା

ଏଣିକି ଗାଁ ଲୋକମାନେ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ସାମିଲ ହେବେ । ଏଥିପାଇଁ ମୋରଡ଼ା ବ୍ଲକର ୧୫ ପଞ୍ଚାୟତର ୭୮ ଗ୍ରାମରେ ଗୋଟିଏ ଲେଖାଏଁ କମିଟି ଗଠନ କରାଯିବ । ପ୍ରତି କମିଟି ଅଧୀନରେ ୯ଟି ଲେଖାଏଁ ସବ କମିଟି ରହିବ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହି କମିଟି ଗାଁ ଲୋକଙ୍କୁ ସହାୟତା ଯୋଗାଇବା ସହ ପ୍ରଶାସନକୁ ସହଯୋଗ କରିବେ । ଉକ୍ତ କାର୍ଯ୍ୟକ୍ରମକୁ ନେଇ ଭିଲେଜ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଳାନ ସମ୍ପର୍କରେ ବ୍ଲକ ଲେଭେଲ ଓରିଏଣ୍ଟେସନ ପ୍ଲାନର ଆଲୋଚନା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ।
ବିଡିଓ ପ୍ରିୟବ୍ରତ ପାଢି, ଅଧ୍ୟକ୍ଷା ସାଲତି ମୁର୍ମୁ, ଜିଲ୍ଲା ପ୍ରୋଜେକ୍ଟ ଅଫିସର ଦେବଦତ୍ତ ସେଠୀ, କିଶାନତାନ୍ଦି ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ହାମ୍ବିରା ମୁର୍ମୁ ପ୍ରମୁଖ ଆଲୋଚନା କରିଥିଲେ । ଓଡ଼ିଶା ରାଜ୍ୟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିଙ୍କ ତରଫରୁ ସରକାରଙ୍କ ଏହି ପ୍ଳାନକୁ କାର୍ଯ୍ୟକାରୀ କରିବା ଦାୟୀତ୍ୱ ଗ୍ରହଣ କରିଥିବା ଏନଜିଓ ସ୍ପର୍ଦା ତରଫରୁ ବିବେକାନନ୍ଦ ପଟ୍ଟନାୟକ ବିଷଦ ଭାବରେ ଆଲୋଚନା କରିଥିଲେ ।
ଲାଗିଥିବା କାର୍ଯ୍ୟକ୍ରମ ସମ୍ପର୍କିତ ଇଂରାଜୀ ବ୍ୟାନର ଅନେକ ବୁଝିବା ତ ଦୂରର କଥା ପଢିବା ପାଇଁ ସକ୍ଷମ ହୋଇ ପାରିନଥିଲେ । ପିଏ ବରଦାକାନ୍ତ ବାରିକ, ଜିପିଇଓ ସୁଶାନ୍ତ ରାଉଳ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*