ଡିଏଭି ପୋଖରୀପୁଟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ୟୁନେସ୍କୋ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ଅନ୍ତର୍ଜାତୀୟ ମାତୃଭାଷା ଦିବସକୁ ଡିଏଭି ପୋଖରୀପୁଟରେ ପାରମ୍ପରିକ ଶୈଳୀରେ ପାଳନ କରାଯାଇଛି । ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଭାଷା କୈନ୍ଦ୍ରିକ କାର୍ଯ୍ୟକ୍ରମକୁ ଆଞ୍ଚଳିକ ନିଦେ୍ର୍ଦଶାଳୟର ସହ ନିଦେ୍ର୍ଦଶିକା ତଥା ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତାଙ୍କ ପରାମର୍ଶକ୍ରମେ ଆୟୋଜନ କରାଯାଇଥିଲା । ଭିନ୍ନ ଭିନ୍ନ ପ୍ରଦେଶରୁ ଆସି ଶିକ୍ଷକତା କରୁଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ଆଞ୍ଚଳିକ ଭାଷା କିପରି ଏକ ସମୃଦ୍ଧ ଦେଶ ଗଠନରେ ସହାୟକ ହୁଏ, ତାହାର ପ୍ରକୃତ ଉଦାହରଣକୁ ପ୍ରତିପାଦନ କରିଥିଲେ । ମାଲୟାଲମ୍ରେ ଏସ୍.ସଲୁଜା, ତେଲୁଗୁରେ ଅର୍ଚ୍ଚନା ପାଲୋ, ତାମିଲ୍ରେ କବିତା ବାଲୁ, ବେଙ୍ଗଲୀରେ ରଶ୍ମି ସାମନ୍ତରାୟ, ଗୁଜୁରାଟୀ ଓ ଭୋଜପୁରୀରେ ଅର୍ଚ୍ଚନା ତିୱାରୀ, ସମ୍ବଲପୁରୀରେ ସତସ୍ୱିନୀ ବେହେରା, ବିଜୟଶଙ୍କର, ଦୀପକ ରଞ୍ଜନ, ସଞ୍ଜୟ ସାହୁ, ସାନ୍ତାଳୀ ଓ ଠାର ଭାଷାରେ କେଶବ ଚନ୍ଦ୍ର ପ୍ରଧାନ ସମ୍ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତିଙ୍କ ତତ୍ତ୍ୱାବଧାନରେ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀ ପୁଲୱାମାଠାରେ ସହିଦ୍ ଯବାନଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*