ଡିଏନ୍‌ଏ ପରୀକ୍ଷା ପାଇଁ ବାପା, ମା’ଙ୍କର ସାମ୍ପୁଲ୍ ସଂଗ୍ରହ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଭୁବନେଶ୍ୱର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ ବିସ୍ଫାରଣ ଘଟଣାକୁ ବିତିଗଲାଣି ୯ ଦିନ । ବିସ୍ଫୋରଣରେ ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ । ନିଖୋଜ ଯୁବକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲାର ପୋଲସରାର ସୀମାଞ୍ଚଳ ପରିଡା । ବିସ୍ଫୋରଣ ସ୍ଥଳରୁ ମାଟି ଉଠିବା ପରେ ତା’ ଭିତରୁ ମିଳିଥିଲା ସୀମାଞ୍ଚଳଙ୍କ ଏଟିଏମ୍‌ କାର୍ଡ, ମନିପର୍ସ, କିଛି ମାଂସ ଖନ୍ଦ, ମେରୁଦନ୍ଦ ଓ ଖପୁରୀ ମିଳିଥିଲା । ପୁଲିସ ଏହାକୁ ଜବତ କରି ଡିଏନ୍‌ଏ ପରୀକ୍ଷା ପାଇଁ ପଠାଇ ଦେଇଥିଲା । ହେଲେ ଏହି ଖନ୍ଦ ବିଖନ୍ଦିତ ମୃତଦେହ ସୀମାଞ୍ଚଳଙ୍କର ନାଁ ଆଉ କାହାର ସେ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି । ଅନ୍ୟ ପଟେ ଏବେ ବି ସିମାଞ୍ଚଳଙ୍କର ପତ୍ତା ପାଉନି ପୁଲିସ । ତେବେ ସିମାଞ୍ଚଳଙ୍କ ମୃତୁ୍ୟକୁ ସ୍ପଷ୍ଟ କରିବା ପାଇଁ ସୀମାଞ୍ଚଳଙ୍କ ବାପା, ମା’ଙ୍କର ଡିଏନ୍ଏ ଟେଷ୍ଟ ପାଇଁ ଗୁରୁବାର ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏଥିପାଇଁ ସୀମାଞ୍ଚଳଙ୍କ ପରିବାର ଲାକେ ଗୁରୁବାର ଦିନ ଭୁବନେଶ୍ୱର ଆସିଥିଲେ । ହେଲେ ଏଠି ମା’ର ଆକୁଳ ନିବେଦନ ଶୁଣିବାକୁ ପଡିଥିଲା । ଶୁକ୍ରବାର ମୋ’ ପୁଅର ଦଶ । ଦଶକର୍ମ କରିବାକୁ ମୋ ପୁଅର ଖନେ୍ଦ ଅସ୍ତି ମୋତେ ଦିଅ ବୋଲି ସିମାଞ୍ଚଳଙ୍କ ୭୦ ବର୍ଷିୟ ବୃଦ୍ଧା ମା’ର ନିବେଦନ ଥିଲା । ପୁଅର ମୃତୁ୍ୟ ଏ ଯାଏଁ ସ୍ପଷ୍ଟ ହେଲାନି । ଡିଏନଏ ଟେଷ୍ଟ ପାଇଁ ରକ୍ତ ନମୁନା ଦେବାକୁ ଏମାନେ ଭୁବନେଶ୍ୱର ଆସିଛନ୍ତି । ବାପା ମା’ ଙ୍କର ଗୋଟିଏ ବୋଲି ପୁଅ ଥିଲେ ସୀମାଞ୍ଚଳ । ବୁଢାବୁଢି ଆଶା କରିଥିଲେ ପୁଅର କାନ୍ଧରେ ମଶାଣିକୁ ଯିବେ । ହେଲେ ଦଇବ ତା’ ଆଗରୁ ପୁଅକୁ ନେଇଗଲା । ଏବେ ଘରେ ପୁଅର ବିଧବା ପତ୍ନୀ ଓ ନଅ ବର୍ଷର ପୁଅ ଏବଂ ପାଞ୍ଚ ବର୍ଷର ଝିଅ । ସେପଟେ ପେଟ୍ରୋଲ ପମ୍ପ ଗ୍ୟାସ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ମିଳିଥିବା ମାଂସଖନ୍ଦର ପୋଷ୍ଟମର୍ଟମ କରାଯାଇଛି । ଏଥିରୁ କିଛି ରକ୍ତ ନମୁନା ସହିତ ମାଂସଖନ୍ଦ ଫୋରେନସିକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯିବ । ଏହା ସହିତ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ପରିବାର ଲୋକଙ୍କ ଡିଏନଏ ଟେଷ୍ଟ କରାଯିବ । ଯାହା ଫଳରେ ସୀମାଞ୍ଚଳର ମୃତୁ୍ୟ ହୋଇଥିବା ସ୍ପଷ୍ଟ ହେବ । ଏହି ପ୍ରକ୍ରିୟା ସରିବାକୁ ଆହୁରି ୧୫ ଦିନ ଲାଗିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଦଶକ ଡକ୍ଟର ଲକ୍ଷ୍ମୀଧର ସାହୁ । ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ଓଡିଶାରେ ପ୍ରଥମ । କେବେ ବି ଏଭଳି ବିସ୍ଫୋରଣ ହୋଇନଥିବାରୁ ଘଟଣାକୁ ଗୁରୁତର ସହ ନେଇଛି ଆଇଓସିଏଲ ଓ କମିଶନରେଟ୍‌ ପୁଲିସ । ଘଟଣାର ଖୋଳତାଡ ଚାଲିଛି । ପେଟ୍ରୋଲ ପମ୍ପକୁ ସବୁ ଦିନ ପାଇଁ ସିଲ କରି ଦିଆଯାଇଛି । ଖାଲି ସେତିକି ନୁହେଁ, ପେଟ୍ରୋଲ ପମ୍ପ ସେଠାରୁ ଉଠାଇ ନେବାକୁ ମଧ୍ୟ ଚାଲିଛି ଜୋରଦାର ଉଦ୍ୟମ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*