ଡାଏନା ଓ ବିନୋଦଙ୍କ ମଧ୍ୟର ବିବାଦ ପଦାକୁ ଆସିବାରେ ସୁପ୍ରିମକୋର୍ଟ ବିରକ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଭାରତୀୟ କି୍ରକେଟ ବୋର୍ଡର କାମକାର୍ଯ୍ୟ ବୁଝିବାକୁ ସୁପି୍ରମକୋର୍ଟଙ୍କ ଦ୍ୱାରା ଗଠିତ ହୋଇଛି ପ୍ରଶାସନିକ କମିଟି । ସେହି କମିଟିର ମୁଖ୍ୟ ବିନୋଦ ରାୟ ଏବଂ ସଦସ୍ୟ ଡାଏନା ଏଡୁଲଜୀଙ୍କ ମଧ୍ୟରେ ପ୍ରକାଶ୍ୟରେ କଥାକଟାକଟିକୁ ନେଇ ସୁପି୍ରମକୋର୍ଟ ନିଜ ବିରକ୍ତ ପ୍ରକାଶ କରିଛନ୍ତି । ଗୁରୁବାର ଦିନ କି୍ରକେଟ ବୋର୍ଡ ବାବଦ ମାମଲାର ଶୁଣାଣି ବେଳେ ଏହି ବିରକ୍ତି ବିଷୟ ସୁପି୍ରମକୋର୍ଟଙ୍କ ପକ୍ଷରୁ ପ୍ରଶାସନିକ କମିଟିକୁ କୁହାଯାଇଥିଲା । ଉଭୟ ବିନୋଦ ରାୟ ଏବଂ ଡାଏନା ଏଡୁଲଜୀଙ୍କୁ କୌଣସି କଥା ସାର୍ବଜନୀନ ନକରିବା ଲାଗି ସୁପି୍ରମକୋର୍ଟ ତାଗିଦ କରିଛନ୍ତି । ଜଷ୍ଟିସ୍‌ ଏସ୍‌ଏ ବୋବଡେ ଏବଂ ଜଷ୍ଟିସ୍‌ ଏଏମ୍‌ ସାପ୍ରେଙ୍କୁ ନେଇ ଗଠିତ ଏକ ଖନ୍ଦପୀଠ ମାମଲାର ଶୁଣାଣି କଲାବେଳେ କହିଥିଲେ ଯେ ପ୍ରଶାସନିକ କମିଟିରେ ଆଉ ତିନିଜଣ ସଦସ୍ୟଙ୍କୁ ଆମେ ଖୁବ୍‌ଶୀଘ୍ର ନିଯୁକ୍ତ କରିବୁ । ଆମେ ଖବରକାଗଜରୁ ପଢୁଛୁ ଯେ ପ୍ରଶାସନିକ କମିଟିର ସଦସ୍ୟମାନଙ୍କ ଭିତରେ ଚାଲିଛି ଟଣାଓଟରା । ସେମାନଙ୍କୁ କହିଦିଅ ଅସହମତ ବିଷୟ ଯେପରି ସାର୍ବଜନୀନ ନହୁଏ ବୋଲି ବୋର୍ଡର ଆଡଭୋକେଟଙ୍କୁ ଖନ୍ଦପୀଠ କହିଥିଲେ ।
ନୂଆ ଆମ୍ବୁଡସମାନ
ଗୁରୁବାର ଦିନ ସୁପି୍ରମକୋର୍ଟ ଭାରତୀୟ କ୍ରିକେଟ ବୋର୍ଡ ସକାଶେ ନୂଆ ଆମ୍ବୁଡସମାନ ନିଯୁକ୍ତ କରିଛନ୍ତି । ପୂର୍ବତନ ଜଜ୍‌ ଜଷ୍ଟିସ୍‌ ଡିକେ ଜୈନଙ୍କୁ ଆମ୍ବୁଡସମାନ ଭାବେ ନିଯୁକ୍ତ କରିଛନ୍ତି ସୁପି୍ରମକୋର୍ଟ । ଦୁଇଜଣିଆ ଖନ୍ଦପୀଠ ଏକାଧିକ ପରାମର୍ଶ ଓ ସହମତି ପରେ ଜଷ୍ଟିସ୍‌ ଜୈନଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଉଛି ବୋଲି କହିଥିଲେ । ସୁପି୍ରମକୋର୍ଟର ୬ ଜଣ ପୂର୍ବତନ ଜଜ୍‌ଙ୍କ ନା ଏହି ଦାୟିତ୍ୱ ପାଇଁ ଆସିଥିଲା । ଦୁଇଜଣିଆ ଖନ୍ଦପୀଠ ଜଷ୍ଟିସ୍‌ ଜୈନ ଏକ ଭଲ ନା ବୋଲି କହିବା ପରେ ବିଭିନ୍ନ ବ୍ୟକ୍ତି ଓ ସଂଗଠନ ପକ୍ଷରୁ ମାମଲା ଲଢୁଥିବା ଆଡଭୋକେଟମାନେ ତାଙ୍କୁ ଗ୍ରହଣ କରିବାର ସହମତି ଦେଇଥିଲେ । ଶେଷ ସୂଚନାନୁସାରେ ଲେଫ୍‌ନାଣ୍ଟ ଜେନେରାଲ୍‌ ରବି ଥୋଡଗୋଙ୍କୁ ପ୍ରଶାସନିକ କମିଟିରେ ତୃତୀୟ ସଦସ୍ୟ ଭାବରେ ଗ୍ରହଣ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*