ଡକାୟତି ଯୋଜନା ପଣ୍ଡ: ୪ ଗିରଫ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ
ଜଣେ ଠିକାଦାରଙ୍କ ଘରେ ଡକାୟତି କରିବା ପାଇଁ ଗତକାଲି ବିଳମ୍ବିତ ଯୋଜନା କରୁଥିବା ସଂପର୍କରେ ମାଲଗୋଦାମ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢଉ କରି ଗୋଟିଏ ଗୁଳିଭରା ଦେଶୀ ବନ୍ଧୁକ, ଗୋଟିଏ କଟୁରୀ, ଦୁଇଟି ଛୁରୀ, ୪ଟି ମୋବାଇଲ ଫୋନ, ୨ଟି ଲଙ୍କାଗୁନ୍ଦ ପ୍ୟାକେଟ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିଡାନାସୀ ଥାନା ଅନ୍ତର୍ଗତ ଦେଳିସାହିର ବିଶ୍ୱରଂଜନ ସ୍ୱାଇଁ ଓରଫ ସୁକୁନ(୨୫), ବିଡାନାସୀ ଗଉଡସାହିର ରାକେଶ ବେହେରା ଓରଫ ବଣ୍ଟି (୨୨), ସେଲଟର ଛକର ମନୋରଂଜନ ମିଶ୍ର ଓରଫ ବାବୁଲା(୨୬) ଓ ବିଡାନାସୀ ନୂଆ ସାହିର ରାକେଶ ବେହେରା ଓରଫ ସିପୁ(୧୯) । ତେବେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ଜଣକ କଟକ ଜିଲ୍ଲା ଗୋବିନ୍ଦପୁର ଉରୁଜଙ୍ଗାର ସମ୍ବିତ କୁମାର ପନ୍ଦା । ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ମୁତାବକ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ମହାନଦୀ କୂଳ ତତ୍ୱବଟ ନିକଟରେ ସୋମବାର ବିଳମ୍ବିତ ରାତିରେ କେତେକ ଅସାମାଜିକ ଯୁବକ ମାରଣାସ୍ତ୍ର ସହ ଏକତ୍ରିତ ହୋଇ ଜଣେ ଠିକାଦାରଙ୍କ ଘରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢଉ କରି ଅଭିଯୁକ୍ତମାନଙ୍କୁ କାବୁ କରିନେଇଥିଲା । ମାଲଗୋଦାମ ଥାନାରେ ୪୭ /୨୦୧୯ରେ ଆଇପିସି ୩୯୯, ୪୦୨ ଏବଂ ଅସ୍ତ୍ରଶସ୍ତ୍ର ଧାରା ୨୫ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଅପରାଧିକ କାର୍ଯ୍ୟକଳାପର ଛାନ୍ଭିନ୍ ଜାରି ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*