ଠିକ୍‌ ସମୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ: ସିଇସି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ମଧ୍ୟରେ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ଲୋକସଭା ନିର୍ବାଚନ ଧାର୍ଯ୍ୟ ସମୟସୀମା ମଧ୍ୟରେ ହିଁ ହେବ ବୋଲି ସୂଚନା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ମେ ସୁଦ୍ଧା ଶେଷ ହେବାର ଅଛି । ବର୍ତ୍ତମାନ ଦୁଇ ପଡୋଶୀ ଦେଶରେ ଉତ୍ପନ୍ନ ପରିସ୍ଥିତି ନିର୍ବାଚନ ଉପରେ ପ୍ରଭାବ ପକାଇବକି ବୋଲି ଏକ ପ୍ରଶ୍ନରେ ସିଇସି ସୁନୀଲ ଆରୋରା ଠିକ୍‌ ସମୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉତ୍ତର ଦେଇଥିଲେ ।
ନିର୍ବାଚନ ଆସନ୍ତା ୨-୩ ମାସ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଥିଲେ ହେଁ ଏପର୍ଯ୍ୟନ୍ତ ଏନେଇ ତାରିଖ ଘୋଷଣା ହୋଇନାହିଁ । ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଗତ ୨ ଦିନ ହେବ ଲକ୍ଷ୍ନୌଠାରେ ଥିବାବେଳେ ଏହି କଥା ପ୍ରକାଶ କରିଥିଲେ । ବର୍ତ୍ତମାନ ନିର୍ବାଚନ କମିଶନ ଜାରି କରିଥିବା ଏକ ନୂଆ ବିଜ୍ଞପ୍ତି ଅନୁଯାୟୀ, ପ୍ରାର୍ଥୀଙ୍କୁ ସେମାନଙ୍କର ସ୍ୱଦେଶ ଏବଂ ବିଦେଶରେ ଥିବା ସଂପତ୍ତି ବାବଦ ପୁଙ୍ଖାନୁପୁଙ୍ଖ ବିବରଣୀ ଦେବାକୁ ପଡିବ । ଆୟକର ବିଭାଗ ଏଗୁଡିକର ଯାଞ୍ଚ କରିବ । ଏଥିରେ କିଛି ହେରଫେର ହୋଇଥିବା ଜାଣିବାକୁ ମିଳିଲେ, ଏହାକୁ ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରେ ଅପଲୋଡ କରାଯିବ ଏବଂ ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଇସି ଏହି ଅବସରରେ ପ୍ରକାଶ କରିଥିଲେ ।
ଗତ ଫେବୃଆରୀ ୧୪ରେ ପୁଲୱାମା ଆତଙ୍କୀ ହମଲାରେ ୪୦ ଜଣ ସିଆରପିଏଫ୍‌ ଯବାନଙ୍କ ମୃତୁ୍ୟ ହେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଭାରତ ପାକିସ୍ତାନରେ ପଶି ଜୈଶ ଆତଙ୍କୀ ସଂଗଠନର ଆ‡ାକୁ ଉଡାଇ ଦେଇଥିଲା । ପ୍ରତିଶୋଧ ନେବାକୁ ପାକ୍‌ ବାୟୁସେନା ଭାରତରେ ପ୍ରବେଶ କରିଥିଲା । ଉଭୟ ପକ୍ଷର ଗୋଟିଏ ଲେଖାଏଁ ବିମାନ ଧ୍ୱଂସ ହୋଇଥିଲା । ଭାରତୀୟ ପାଇଲଟଙ୍କୁ ଅଟକ ରଖିଥିବା ପାକିସ୍ତାନ । ଏଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୁଞ୍ଚôବା ନେଇ ଆଶଙ୍କା ପ୍ରକାଶ କରାଯାଉଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*