ଟ୍ୱିଟ୍‌ କରି ଚିଦାମ୍ବରମଙ୍କୁ ପଚାରିଲେ ଅମର ‘ଜେଲ କିପରି ଲାଗୁଚି’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ଲକ୍ଷ୍ନୌ
ଟ୍ୱିଟର ମାଧ୍ୟମରେ ରାଜନୈତିକ ବୟାନବାଜି କରି ନିୟମିତ ଚର୍ଚ୍ଚାରେ ରହିଆସୁଛନ୍ତି ରାଜ୍ୟସଭା ସାଂସଦ ଅମର ସିଂହ । ଏହି କ୍ରମରେ ଗୁରୁବାର ଜେଲ୍‌ରେ ଥିବା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଏକ ଟ୍ୱିଟ୍‌ କରିଛନ୍ତି ସେ । ଏହି ଟ୍ୱିଟ୍‌ରେ ଅମର ଚିଦାମ୍ବରମଙ୍କୁ ସହାନୁଭୂତି ଦେବା ବାହାନାରେ ଆକ୍ଷେପ କରି କହିଛନ୍ତି ଇତିହାସ ନିଜକୁ ଦୋହରାଇ ଥାଏ ।
ଗୁରୁବାର ସନ୍ଧ୍ୟାରେ କରିଥିବା ଟ୍ୱିଟ୍‌ରେ ଅମର ସିଂହ ଲେଖିଛନ୍ତି ଯେ, ପ୍ରଥମ ଥର ପାଇଁ ମୁଁ ମୋର ପୁରୁଣା ପରିଚିତ ପି.ଚିଦାମ୍ବରମଙ୍କ ପାଇଁ ଗଭୀର ସହାନୁଭୂତି ଅନୁଭବ କରୁଛି । ମୋ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ପରେ ମୁଁ ତାଙ୍କ ସରକାରଙ୍କୁ ବଞ୍ଚାଇବା ସତ୍ତ୍ୱେ ସେ ମୋତେ ଜେଲ ପଠାଇଥିଲେ । ସେଠାରେ ମୁଁ ଚଟାଣରେ ବିନା ତକିଆରେ ଶୋଇବାକୁ ବାଧ୍ୟ ହୋଇଥିଲି । ଏବେ ଇତିହାସ ନିଜକୁ ଦୋହରାଇଛି । ପି.ଚିଦାମ୍ବରମ, ଆପଣଙ୍କୁ କିପରି ଲାଗୁଛି? ଆଉ ଏକ ଟ୍ୱିଟ୍‌ରେ ପୂର୍ବରୁ ଅମର ଚିଦାମ୍ବରମଙ୍କ ଗିରଫକୁ ସଠିକ୍‌ ବୋଲି କହିଥିଲେ । ସେ ଲେଖିଥିଲେ ଯେ, ଯେଉଁ ଲୋକ ଧଳା କପଡ଼ା ପିନ୍ଧି ବୁଲୁଥିଲେ, ସେ ଧରାପଡ଼ିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*