ଟ୍ୱିଟର୍‌ରେ ଲିକ୍‌ ହେଲା ‘କାହାନୀ-୩’ର ଷ୍ଟୋରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବିଦ୍ୟା ବାଲାନ୍‌ଙ୍କ ଫିଲ୍ମ ‘କାହାନୀ’ ବକ୍ସ ଅଫିସ୍‌ରେ ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା । ବକ୍ସ ଅଫିସ୍‌ରେ ଏହି ଫିଲ୍ମଟି ଭଲ କଲେକ୍ସନ୍‌ କରିବା ସହ ସିନେ କ୍ରିଟିକ୍ସଙ୍କ ତରଫରୁ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା । ‘କାହାଣୀ’ର ସଫଳତା ପରେ ଏହାର ନିଦେ୍ର୍ଦଶକ ସୁଜୟ ଘୋଷ ଫିଲ୍ମଟିର ଦ୍ୱିତୀୟ ପାର୍ଟ ‘କାହାନୀ-୨’ ୨୦୧୬ରେ ରିଲିଜ୍‌ କରିଥିଲେ । ବିଦ୍ୟା ବାଲନ୍‌ ଷ୍ଟାରର୍‌ ଏହି ଫିଲ୍ମର କାହାଣୀ ୨ୟ ଥର ପାଇଁ ସସ୍‌ପେନ୍ସ ଓ ବହୁ ସାରା ଥ୍ରୀଲରରେ ଭରପୂର ହୋଇ ରହିଥିଲା । ଏଥର କିନ୍ତୁ ଫିଲ୍ମଟିର ନିଦେ୍ର୍ଦଶକ ଏହି ସସ୍‌ପେନ୍ସ ସିରିଜ୍‌କୁ ବଜାୟ ରଖିନଥିବା ଚର୍ଚ୍ଚା ହେଉଛି । ଏହାର ୩ୟ ପାର୍ଟ ସହ ଜଡ଼ିତ ଏକ ବଡ଼ ଗଡ଼ବଡ଼ କରିଦେଇଥିବା ଜଣାପଡ଼ିଛି । ନିଦେ୍ର୍ଦଶକ ସୁଜୟ ଘୋଷ ଟ୍ୱିଟରରେ ‘କାହାଣୀ-୩’ର ଷ୍ଟୋରି କହିଦେଇଛନ୍ତି । ଫିଲ୍ମଟିର ମୁଖ୍ୟ ଚରିତ୍ରରେ ଥିବା ବିଦ୍ୟା ବଗ୍‌ଚୀ ଭୋଡାଫୋନ୍‌ ନେଟ୍‌ୱର୍କକୁ ଖୋଜୁଥିବା ସେ ଲେଖିଛନ୍ତି । ଏଥିସହିତ ସେ କହିଛନ୍ତି ଯେ, ଏମିତି ମଧ୍ୟ ହୋଇପାରେ ବିଦ୍ୟା ନେଟ୍‌ୱର୍କକୁ ଖୋଜି ଖୋଜି ‘କାହାନୀ-୪’କୁ ମଧ୍ୟ ପଳାଇଯାଇପାରନ୍ତି । ସୁଜୟଙ୍କ ଏହି ଟ୍ୱିଟ୍‌କୁ ଦେଖି ଆପଣମାନେ ଜାଣିପାରୁଥିବେ ସେ କେଉଁ ବିଷୟରେ କହୁଛନ୍ତି ।
କଥା କ’ଣ କି ସୁଜୟଙ୍କ ଏହି ଟ୍ୱିଟ୍‌ ଏକ ମଜାଳିଆ ଢ଼ଙ୍ଗରେ କରିଛନ୍ତି । ମୋବାଇଲ ନେଟ୍‌ୱର୍କର ସମସ୍ୟାକୁ ନେଇ ସେ ଏହି ଟ୍ୱିଟ୍‌ କରିଛନ୍ତି । ତେବେ ତାଙ୍କର ଏହି ଟ୍ୱିଟ୍‌କୁ ବହୁ ଲୋକେ ରିପ୍ଳାଏ କରିବା ସହ ମଜା ଉଠାଉଥିବା ଦେଖାଯାଇଛି । ସୁଜୟ ଘୋଷଙ୍କ ଫିଲ୍ମ ‘କାହାନୀ’ ୨୦୧୨ରେ ରିଲିଜ୍‌ ହୋଇଥିଲା । ଏହି ଫିଲ୍ମଟିକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ । ଏହାକୁ ଦେଖି ନିଦେ୍ର୍ଦଶକ ଏହାର ୨ୟ ପାର୍ଟକୁ ରିଲିଜ୍‌ କରିଥିଲେ ଯାହାକି ପୂର୍ବ ପାର୍ଟ ଅପେକ୍ଷା ସେତେ କମାଲ ଦେଖାଇ ପାରିନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*