ଟ୍ରେନ୍‌ରୁ ୫ କୋଟି ଟଙ୍କାର ସୁନା ବିସ୍କୁଟ୍‌ ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର
ହାଇଦ୍ରାବାଦ୍‌ରୁ ମୁମ୍ବାଇ ଆସୁଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍‌ରୁ ସେଣ୍ଟ୍ରାଲ ଏକ୍ସସାଇଜ୍‌ ଓ କଷ୍ଟମ ବିଭାଗ ଚଢ଼ାଉ କରି ୨ ସୁନା ବ୍ୟବସାୟୀଙ୍କୁ କାବୁ କରିଛି । ସେମାନଙ୍କଠାରୁ କଷ୍ଟମ ବିଭାଗ ୧୩ କେଜି ସୁନା ବିସ୍କୁଟ ଜବତ କରିଛି । ଜବତ ସୁନା ବିସ୍କୁଟର ମୂଲ୍ୟ ୫ କୋଟିରୁ ଅଧିକ ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଛି । ବ୍ୟବସାୟୀମାନେ ଏକ ବ୍ୟାଗ୍‌୍‌ରେ ୧୦ଟି ପ୍ୟାକେଟ୍‌ କରି ୧୧୦ ଖନ୍ଦ ସୁନା ବିସ୍କୁଟକୁ ଆଣୁଥିଲେ । ବେଆଇନ୍‌ ଭାବେ ଏତେ ପରିମାଣର ସୁନା ଆଣିବା ଅଭିଯୋଗରେ ୨ ବ୍ୟବସାୟୀଙ୍କୁ କଷ୍ଟମ ବିଭାଗ ଏକ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି ।ଅଟକ ଯୁବକମାନଙ୍କ ଘର କଲିକତା କିମ୍ବା ମୁମ୍ବାଇର ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ପୂର୍ବରୁ କ୍ୱାଲାଲମ୍‌ପୁରୁ ଭୁବନେଶ୍ୱର ଚାଲାଣ ବେଳେ ଭୁବନେଶ୍ୱର ବିମାନ ବନ୍ଦରରୁ କଷ୍ଟମ ବିଭାଗ ପୁଳା ପୁଳା ସୁନା ବିସ୍କୁଟ୍‌କୁ ଜବତ କରିଛି । ବ୍ୟବସାୟୀମାନେ କେତେବେଳେ ମଳଦ୍ୱାରରେ ଆଣନ୍ତି ତ ଆଉ କେତେବେଳେ ଗ୍ରାଇନ୍ଦର ଭିତରେ । ଆଉ କେତେବେଳେ ଟ୍ରଲି ବ୍ୟାଗ୍‌ର ଚକରେ ଆଣୁଥିଲେ ତ ଆଉ କେତେବେଳେ ବଳାକରି ଆଣନ୍ତି । କଷ୍ଟମ ବିଭାଗ ଗୋଟିଏ ବର୍ଷ ଭିତରେ ଭୁବନେଶ୍ୱର ବିମାନବନ୍ଦରରୁ ୨ କେଜିରୁ ଅଧିକ ସୁନା ଜବତ କରିଛି । ଏହି ଘଟଣା ଲୋକମାନଙ୍କ ମନରୁ ନ ଲିଭୁଣୁ ରାଉରକେଲାରୁ ୫ ୧୩ କେଜି ସୁନା ବିସ୍କୁଟ କଷ୍ଟମ ବିଭାଗ ଜବତ କରିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ,ଏତେ ପରିମାଣର ସୁନା ବିସ୍କୁଟ ଦୁଇ ଯୁବକ ଆଣିଲେ କେଉଁଠାରୁ । ଏହି ସୁନାକୁ ସେମାନେ କେଉଁଠିକୁ ନେଇ ଯାଉଥିଲେ । ସୁନା ଚୋରା ଚାଲାଣ ପଛରେ ବଡ ଗ୍ୟାଙ୍ଗ୍‌ର ହାତ ଥିବା କଷ୍ଟମ ବିଭାଗ ସୂଚନା ପାଇଛି । ଅଟକ ଦୁଇ ଯୁବକଙ୍କୁ ମାରାଥନ ଜେରା କରାଯାଉଛି ।
ସୂଚନାଯୋଗ୍ୟ ଯେ,ବୁଧବାର ରାତି ୨ଟା ବେଳେ ସେଣ୍ଟ୍ରାଲ ଏକ୍ସସାଇଜ୍‌ ଓ କଷ୍ଟମ ବିଭାଗ ଟିମ୍‌ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ, ହାଇଦ୍ରାବାଦ୍‌ରୁ ମୁମ୍ବାଇ ଆସୁଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍‌ରେ ଦୁଇ ଜଣ ଯୁବକ ଏକ ବ୍ୟାଗ୍‌ରେ କିଛି ସୁନା ଚୋରା ଚାଲାଣ କରୁଛନ୍ତି । କଲିକତାରୁ କଷ୍ଟମ ବିଭାଗର ତିନିଜଣିଆ ଟିମ୍‌ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍‌ରେ ଚଢ଼ିଥିଲେ । ସେମାନେ ଟ୍ରେନ୍‌ ଭିତରେ ରାତି ତମାମ ଖାନତଲାସୀ କରିବା ପରେ ଗୁରୁବାର ଭୋରୁ ଭୋରୁ ରାଜଗାଙ୍ଗପୁର ଷ୍ଟେସନରେ ଦୁଇ ଯୁବକଙ୍କୁ ଠାବ କରି ସଂଗେ ସଂଗେ କାବୁ କରି ନେଇଥିଲେ । ପରେ ଦୁଇ ଯୁବକଙ୍କୁ କଷ୍ଟମ ବିଭାଗ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା କରିବା ସହ ବ୍ୟାଗ୍‌କୁ ଖୋଲିବାବେଳେ ସେଥିରୁ ମିଳିଥିଲା ପୁଳା ପୁଳା ସୁନା ବିସ୍କୁଟ । ଏତେ ପରିମାଣର ସୁନାକୁ ଦେଖି ଚକିତ ହୋଇପଡିଥିଲେ କଷ୍ଟମ ବିଭାଗ ଅଧିକାରୀମାନେ । ସଂଗେ ସଂଗେ ଗୋଷ୍ଟିଏ ପରେ ଗୋଟିଏ ପ୍ୟାକେଟ୍‌କୁ ଖୋଲିବା ପରେ ସେଥିରୁ ବାହାରିଥିଲା ସୁନାବିସ୍କୁଟ୍‌ । ୧୧୦ ଖନ୍ଦ ସୁନା ବିସ୍କୁଟର ଓଜନ ହୋଇଥିଲା ୧୩ କେଜି । ଯାହାର ମୂଲ୍ୟ ଥିଲା ୫ କୋଟିରୁ ଅଧିକ ଟଙ୍କା ହେବ । ଦୁଇ ଯୁବକଙ୍କୁ କଷ୍ଟମ ବିଭାଗ ଜେରା କରୁଛି । ସେହିଭଳି ଭୁବନେଶ୍ୱର ଆନ୍ତଃଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାରମ୍ବାର ସୁନା ଜବତ ହେଉଛି । ଜଣେ ମହିଳା ଯାତ୍ରୀଙ୍କ ଠାରୁ ଭାରତୀୟ ସୀମାଶୁଳ୍କ ବିଭାଗ ପ୍ରାୟ କେଜିଏ ସୁନା ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୩୩ଲକ୍ଷ ୧୬ହଜାର ୫୭୯ଟଙ୍କା ହେବ । ସେହିପରି ସଂପୃକ୍ତ ମହିଳା ଯାତ୍ରୀଙ୍କ ଠାରୁ ୧ ଲକ୍ଷ ୨୨ ହଜାର ଟଙ୍କାର ସିଗାରେଟ ମଧ୍ୟ ମିଳିଛି । ୮ ମାସ ମଧ୍ୟରେ ବିମାନ ବନ୍ଦରରୁ ଗୁଇନ୍ଦା ଓ ଭାରତୀୟ ସୀମାଶୁଳ୍କ ଭୁବନେଶ୍ୱର ଶାଖା ପକ୍ଷରୁ ଚଢଉ କରି ୧୮ କେଜିର ସୁନା ଜବତ କରିଛି । ଏହି ସବୁ ସୁନାର ମୂଲ୍ୟ ୧୧ କୋଟି ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣାପଡିଛି । ସେହିଭଳି ମେ ମାସରେ ସେଲୋଟେପ୍‌ ଗୁଡ଼ାଇ ୫ କେଜିରୁ ଉର୍ଦ୍ଧ ସୁନା ବିସ୍କୁଟ ଆଣୁଥିବାବେଳେ ଭୁବନେଶ୍ୱର ବିମାନ ବନ୍ଦରରେ କଷ୍ଟମ ବିଭାଗ ଓ ଗୁଇନ୍ଦା ବିଭାଗ ୩ ଜଣ ଯାତ୍ରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସୁନା ଜବତ କରିଥିଲେ । ଏହି ଯାତ୍ରୀ ମାନେ କୁଲାଲମପୁର ରୁ ଚୋରା ସୁନା ନେଇ ଭୁବନେଶ୍ୱର ଏୟାର ଏସିଆ ବିମାନ ନମ୍ବର ଏକେ ୩୧ରେ ଆସିଥିଲେ । ଏ ମାନେ ଏହି ଚୋରା ସୁନାକୁ କଟକର କେତେକ ସୁନା ବ୍ୟାବସାୟୀଙ୍କୁ ବିକ୍ରି କରିବାର ଥିବା ଜଣାପଡିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*