ଟ୍ରେନିଂ ଆରମ୍ଭ କଲେ ଧୋନୀ ହେଲେ ଖେଳିବେନି ଇଣ୍ଡିଜ୍‌ ସିରିଜ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ରାଞ୍ଚି
ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ୱେଷ୍ଟଇନ୍ଦିଜ୍‌ ବିପକ୍ଷ ସିରିଜରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ ନାହିଁ ବୋଲି ଆଗରୁ ଜଣାପଡ଼ି ସାରିଛି । ହେଲେ ଧୋନୀ ବହୁ ଦିନର ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ କରିଛନ୍ତି କ୍ରିକେଟ ଅଭ୍ୟାସ । ଗତ କ୍ରିକେଟ ବିଶ୍ୱକପ୍‌ର ସେମି ପରାଜୟ ପରଠାରୁ କ୍ରିକେଟରୁ ଏକ ପ୍ରକାର ବାହାରେ ଅଛନ୍ତି ଧୋନୀ । ଅର୍ଥାତ୍‌ ଜୁଲାଇ ମାସ ପରଠାରୁ ତାଙ୍କୁ ଆଉ କ୍ରିକେଟ ପଡ଼ିଆରେ ଖେଳିବା କିମ୍ବା ଅଭ୍ୟାସ କରିବା ଦେଖାଯାଇ ନଥିଲା । ହେଲେ ରାଞ୍ଚିର କ୍ରିକେଟ ଷ୍ଟାଡ଼ିୟମରେ ଗୁରୁବାର ଠାରୁ ଧୋନୀ ନେଟ୍ସରେ ଅଭ୍ୟାସ ଆରମ୍ଭ କରିଥିବାରୁ ତାଙ୍କର ଶୀଘ୍ର ପ୍ରତ୍ୟାବର୍ତ୍ତନର ଚର୍ଚ୍ଚା ବଢ଼ିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*