ଟ୍ରାଫିକ୍‌ ଜାମ ସମସ୍ୟାରୁ ମୁକୁଳିବା ପାଇଁ ବନାଉଛନ୍ତି ନିଜର ହେଲିକପ୍ଟର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଜାକର୍ତ୍ତା

ଦୈନିକ ସହରର ଟ୍ରାଫିକ୍‌ ସମସ୍ୟାକୁ ନେଇ ବଡ଼ ଅସୁବିଧା ଭୋଗୁଥିବା ଜୁଜୁନ ଜୁନୈଦି ନାମକ ଜଣେ ଯୁବକ ଏବେ ସମସ୍ୟାରୁ ମୁକୁଳିବା ପାଇଁ ନିଜେ ତିଆରି ଆରମ୍ଭ କରିଛନ୍ତି ଏକ ହେଲିକପ୍ଟର । ୨୦୨୦ ସୁଦ୍ଧା ସେ ନିଜ ଲକ୍ଷ୍ୟ ହାସଲରେ ସଫଳ ହେବାର ଆଶା ରଖିଛନ୍ତି ।
ଅଟୋ ମରାମତି ଦୋକାନ କରିଥିବା ଇନେ୍ଦାନେସିଆର ରାଜଧାନୀ ଜାକର୍ତ୍ତାରେ ରହୁଥିବା ଏହି ଯୁବକ ଜଣଙ୍କ କହିଛନ୍ତି ଯେ, ଦୈନିକ ଘରୁ ଦୋକାନକୁ ଆସିବା ପାଇଁ ଅଯଥାରେ ନଷ୍ଟ ହେଉଛି ସମୟ । ତେଣୁ ମୁଁ ଏବେ ଏକ ହେଲିକପ୍ଟର ତିଆରି ଆରମ୍ଭ କରିଛି । ଆର୍ଥିତ ସ୍ଥିତି ଠିକ୍‌ ନଥିବାରୁ ହେଲିକପ୍ଟର ତିଆରି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଏକାଠି କରିବାକୁ ସମୟ ଲାଗୁଛି । ଘରୋଇ ଖର୍ଚ୍ଚ ଅର୍ଥ ଏଥିରେ ମୁଁ ବ୍ୟବହାର କରିବାକୁ ଚାହୁଁନାହିଁ । ବର୍ତ୍ତମାନ ସୁଦ୍ଧା ଇଞ୍ଜିନ୍‌ କାମ ଶେଷ ହୋଇଗଲାଣି । ପ୍ରୋପେଲର କାମ ଆରମ୍ଭ ହେଉଛି । ଅଦ୍ୟାବଧି ଏ ବାବଦରେ ଦେଢଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ଏହି କାମରେ ମୋତେ ମୋ ପୁଅ ଏବଂ ଜଣେ ବନ୍ଧୁ ବଡ଼ ସାହାଯ୍ୟ କରୁଛନ୍ତି । ୨୦୨୦ ସୁଦ୍ଧା ମୁଁ ମୋ ଘର ଠାରୁ ଦୋକାନକୁ ଆସିବା ପାଇଁ ଏହି ହେଲିକପ୍ଟରର ବ୍ୟବହାର କରିପାରିବି ବୋଲି ବଡ଼ ଆଶା ଓ ଲକ୍ଷ୍ୟ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*