ଟୋଷ୍ଟମାଷ୍ଟରର୍ସ ଅର୍ଦ୍ଧ-ବାର୍ଷିକ ସମ୍ମିଳନୀ ଇମ୍ପ୍ରେସନ୍ ଆୟୋଜିିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଡିଭିଜନ୍ ୧ ପକ୍ଷରୁ ଏହାର ଅର୍ଦ୍ଧ-ବାର୍ଷିକ ସମ୍ମିଳନୀ ଇନ୍ଫୋସିସ୍ ଏସ୍ଟିପିରେ ଆୟୋଜିତ ହୋଇଯାଇଛି । ଓଡ଼ିଶା, ଝାଡ଼ଖନ୍ଦ ଓ ବିହାର ଟୋଷ୍ଟମାଷ୍ଟରର୍ସ କ୍ଲବ୍କୁ ନେଇ ଗଠିତ ଡିଭିଜନ୍-୧ ର ଶ୍ରେଷ୍ଠ ବକ୍ତାଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।
ସାଧାରଣ ଲୋକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବକ୍ତାକୁ ସମ୍ମାନିତ କରିବା ଓ ଏହାର ସଦସ୍ୟମାନଙ୍କୁ ଯୋଗାଯୋଗ ଓ ନେତୃତ୍ୱ ଦକ୍ଷତା ବିକଶିତ କରିବା ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଡିଭିଜନ୍ ୧ ପକ୍ଷରୁ ପ୍ରତ୍ୟେକ ବର୍ଷ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ବ୍ୟଙ୍ଗାତ୍ମକ ଭାଷଣ ପ୍ରତିଯୋଗିତା ଓ ଭାଷଣ ମୂଲ୍ୟାଙ୍କନ ପ୍ରତିଯୋଗିତା ଭଳି ଦୁଇଟି ବିଭାଗରେ ଆୟୋଜିତ ଉକ୍ତ ପ୍ରତିଯୋଗିତାକୁ ଦର୍ଶକମାନେ ବେଶ ଉପଭୋଗ କରିଥିଲେ । ଏହି ଅବସରରେ ସଦସ୍ୟମାନଙ୍କ ମଧ୍ୟରେ ପ୍ରଭାବୀ ବକ୍ତା ଓ ନେତୃତ୍ୱ କ୍ଷମତା ବିକଶିତ କରିବା ପାଇଁ ସୂଚନାତ୍ମକ ଓ ଶିକ୍ଷାଗତ କର୍ମଶାଳାର ଆୟୋଜନ କରାଯାଇଥିଲା । ଓଡ଼ିଶା, ଝାଡ଼ଖନ୍ଦ ଓ ବିହାରର ଡିଭିଜନ୍ ନିଦେ୍ର୍ଦଶକ ଅଭିଶେକ ଦାସ କହିଛନ୍ତି ଯେ, “ଇମ୍ପ୍ରେସନ୍ ଲୋକମାନଙ୍କୁ ନିଜ ଶବ୍ଦର ଶକ୍ତି ବଢାଇବାରେ ସହଯୋଗ କରିଥାଏ । ଏଭଳି କାର୍ଯ୍ୟକ୍ରମ ଡିଭିଜନ୍ ସଦସ୍ୟ ବ୍ୟତୀତ ସାଧାରଣ ଲୋକମାନଙ୍କୁ ସାର୍ବଜନୀନ ବକ୍ତା ହେବା କ୍ଷମତା ବିକଶିତ କରିବାରେ ସହଯୋଗ କରିବ” ।
ବ୍ୟଙ୍ଗାତ୍ମକରେ ସୁମିତ କକ୍କର ଓ ମୂଲ୍ୟାଙ୍କନ ପ୍ରତିଯୋଗିତାର ସୁଚି ରାୱତ ବିଜେତା ଘୋଷିତ ହେବା ସହିତ ପ୍ରତିଯୋଗିତା ସମାପ୍ତ ହୋଇଥିଲା । ଉଭୟ ବିଜେତା ଡିଷ୍ଟ୍ରିକ୍ଟ ସ୍ତରରେ ଉତ୍ତର ଓ ପୂର୍ବ ଭାରତ, ବାଂଲାଦେଶ, ଭୁଟାନ ଓ ନେପାଳର କ୍ଲବ୍କୁ ନେଇ ହେବାକୁଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*