ଟୋକିଓ ଅଲିମ୍ପିକ୍‌ ଟିକେଟ୍‌ ପାଇଲେ ଅବିନାଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଦୋହା

ଏଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ପଦକ ପାଇ ନଥିଲେ ମଧ୍ୟ ଭାରତର ପୁରୁଷ ଧାବକ ଅବିନାଶ ସାବଲେ ଆସନ୍ତା ଅଲିମ୍ପିକ୍‌ ଯିବା ପାଇଁ ଟିକେଟ୍‌ ହାସଲ କରି ବଡ଼ ସଫଳତା ଅର୍ଜନ କରିଛନ୍ତି । ପୁରୁଷ ୩ ହଜାର ମିଟର ଷ୍ଟିପଲ୍‌ଚେସ୍‌ର ଫାଇନାଲ୍‌ରେ ଖେଳିବାର ସୁଯୋଗ ପାଇଥିବା ଅବିନାଶ ସାବଲେ ୧୩ତମ ସ୍ଥାନରେ ରହିଥିଲେ । ସେ ୮ ମିନିଟ୍‌ ୨୧.୩୭ ସେକେନ୍ଦର ନେଇଥିଲେ ସମୟ । ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଟାଇମିଂ ତାଙ୍କ ଇଭେଣ୍ଟର ରହିଛି ୮ମିନିଟ ୨୨ ସେକେନ୍ଦ । କେବଳ ଅଲିମ୍ପିକ୍‌ ଟିକେଟ୍‌ ନୁହେଁ, ସେ ଜାତୀୟ ରେକର୍ଡ଼ ମଧ୍ୟ ଭଙ୍ଗ କରିଛନ୍ତି । ପୂର୍ବରୁ ଜାତୀୟ ରେକର୍ଡ଼ ଭାରତର ଥିଲା ୮ମିନିଟ୍‌ ୨୫.୨୩ ସେକେନ୍ଦ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*