ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ନିଶ୍ଚିତ : ବିଶ୍ୱାସ ଦେଲା ଆଇଓସି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଟୋକିଓ

ଆସନ୍ତା ବର୍ଷ ଜୁଲାଇ ୨୩ରେ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ଉଦ୍ଘାଟନୀ ସମାରୋହ ସହ ହେବ ବୋଲି କ୍ରୀଡ଼ା ସଙ୍ଗଠନ ମାନଙ୍କୁ ଭରସା ପ୍ରଦାନ କରିଛି ଆଇଓସି ବା ଆନ୍ତର୍ଜାତିକ ଅଲିମ୍ପିକ କମିଟି । ଆଇଓସି ଓ ଟୋକିଓ ଆୟୋଜନ କମିଟି ଏ ସପ୍ତାହରେ ୨୦୦ ଦେଶର ଜାତୀୟ ଅଲିମ୍ପିକ କମିଟି ଏବଂ ୩୦ରୁ ବେଶୀ ବିଶ୍ୱ କ୍ରୀଡ଼ା ସଙ୍ଗଠନ ସହ ଅନ୍-ଲାଇନ ଆଲୋଚନା ଜାରୀ ରଖିଛି । ଏହି ଅନ୍-ଲାଇନ୍ ସେମିନାରରେ ଆଇଓସିର କ୍ରୀଡ଼ା ନିଦେ୍ର୍ଦଶକ କିଟ୍ ମ୍ୟାକ୍କନେଲ ଜୋର ଦେଇ କହିଥିଲେ ଯେ,ଆସନ୍ତା ବର୍ଷ ଟୋକିଓରେ ଅଲିମ୍ପିକ କ୍ରୀଡ଼ା ନିଶ୍ଚିତ ହେବ । ଆମେ ସେ ଦିଗରେ ଅଗ୍ରସର ହୋଇ ଚାଲିଛୁ । ସ୍ପନ୍ସର ଏବଂ ଜାପାନ୍ର ଲୋକଙ୍କ ମନରେ ବିଶ୍ୱାସ ଦେବା ପାଇଁ ଆଇଓସି ଏବଂ ସ୍ଥାନୀୟ ଆୟୋଜନ କମିଟି ଏକାଧିକ କାର୍ଯ୍ୟକ୍ରମ କରିବା ଆରମ୍ଭ କରିଛି । ଟୋକିଓ ଅଲିମ୍ପିକର ଠୋସ୍ କାର୍ଯ୍ୟକ୍ରମ ବାବଦରେ ଏବର୍ଷ ଶେଷ କିମ୍ବା ଆସନ୍ତାବର୍ଷ ପ୍ରାରମ୍ଭରେ ଆଇଓସି ବତାଇବ । ହେଲେ ଅଲିମ୍ପିକ ଓ ପାରା ଅଲିମ୍ପିକ ପାଇଁ ଜାପାନ ମଧ୍ୟକୁ କିପରି ସୁରକ୍ଷିତ ଭାବରେ ୧୫ ହଜାର ଖେଳାଳି,ହଜାର ହଜାର ସପୋର୍ଟ ଷ୍ଟାଫ,ଟେକ୍ନିକାଲ ଅଧିକାରୀ,ମିଡ଼ିଆ କର୍ମୀ ଆଦି ଆସିବେ ସେ ଦିଗରେ ପ୍ରସ୍ତୁତି ଚାଲିଥିବା କିଟ୍ ପ୍ରକାଶ କରିଥିଲେ । ତେବେ ଦର୍ଶକମାନଙ୍କୁ ଷ୍ଟାଡ଼ିୟମକୁ ଛଡ଼ାଯିବ କି ନାହିଁ ସେ ବିଷୟରେ ସେ କିଛି ବି ବତାଇନଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*