ଟୋକିଓ ଅଲିମ୍ପିକ୍ସ ସମସ୍ତ ଖେଳାଳିଙ୍କ ହେବ କୋଭିଡ଼ ଟେଷ୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଟୋକିଓ

ଗତ ବର୍ଷ ପର୍ଯ୍ୟନ୍ତ ସୃଜତ ଥିବା ଟୋକିଓ ଅଲିମ୍ପିକ୍ସର ଆୟୋଜନ କମିଟି କୋଭିଡ଼ ସଂକ୍ରମଣର ସ୍ଥିତି ଆସନ୍ତା ବର୍ଷ ଯାଏଁଁ ଥିବାର ଆଶଙ୍କା ରଖି ସେ ଅନୁସାରେ ଆୟୋଜନ ଧାରା ପ୍ରସ୍ତୁତ କରୁଛି । ବୁଧବାର ଜାରି ହୋଇଥିବା ଦସ୍ତାବିଜ ଅନୁସାରେ ଅଲିମ୍ପିକ୍ସ ପାଇଁ ଆସିବାକୁ ଥିବା ସମସ୍ତ ଅଣଜାପାନୀ ଖେଳାଳିଙ୍କର ଟୋକିଓ ପହଂଚିବା ପରେ କୋଭିଡ଼-୧୯ ଟେଷ୍ଟ କରାଯିବ । ତେବେ ଏହା ଅର୍ଥ ନୁହେଁ ଯେ ଜାପାନୀ ଖେଳାଳିଙ୍କୁ ଏଥିରୁ ଛାଡ ମିଳିବ । ସବୁ ଜପାନୀ ଖେଳାଳି ଓ କୋଚମାନଙ୍କୁ ବି ଦେବାକୁ ପଡିବ ଟେଷ୍ଟ । ତେବେ ବର୍ତ୍ତମାନ ଜାପାନରେ ବିଦେଶୀମାନଙ୍କ ଲାଗି ୨ସପ୍ତାହର ସଙ୍ଗରୋଧ ବାଧ୍ୟତାମୂଳକ ଥିଲାବେଳେ ଅଲିମ୍ପିକ୍ସ ଖେଳାଳି ଓ ଅଫିସିଆଲ୍ଙ୍କ ପାଇଁ ଏହି ନିୟମ କୋହଳ କରାଯାଉଛି ବୋଲି ଏଥିରେ ସୂଚନା ରହିଛି । ଆମେରିକା, ବ୍ରାଜିଲ କିମ୍ବା ଭାରତ ଭଳି ବ୍ୟାପକ ଭାବରେ କୋଭିଡ଼ ସଂକ୍ରମଣ ଜାପାନରେ ବ୍ୟାପୀ ନଥିଲେ ବି ଜାପାନ ସରକାର ଅତ୍ୟନ୍ତ କଡ଼ା ଗାଇଡ୍ଲାଇନ ଲାଗୁ କରିଛନ୍ତି ସତର୍କତା ବଜାୟ ରଖିବା ପାଇଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*