ଟୋକିଓ ଅଲିମ୍ପିକରେ ସଫଳତାର ଆଧାର ଫିଟ୍‌ନେସ ହେବ: ମାରିନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବେଙ୍ଗାଲୁରୁ

ଭାରତୀୟ ମହିଳା ହକି ଦଳ ସକାଶେ ଟୋକିଓ ଠାରେ ସଫଳତା ହାସଲ ପାଇଁ ଫିଟ୍‌ନେସ୍‌ ଆଧାର ହେବାକୁ ଯାଉଛି ଦଳର ମୁଖ୍ୟକୋଚ୍‌ ମାରିନ୍‌ ଶନିବାର କହିଛନ୍ତି । ଏମାସ ପ୍ରାରମ୍ଭରେ ଭୁବନେଶ୍ୱର ଠାରେ ଆମେରିକା ବିପକ୍ଷରେ କଷ୍ଟପୂର୍ଣ୍ଣ ଲଢେଇ ସହ ଅଲିମ୍ପିକ୍‌ ଟିକେଟ ଭାରତୀୟ ମହିଳା ଦଳ ହାସଲ କରିଥିଲା । ଏବେ ସେମାନେ ନୁ୍ୟଜିଲାନ୍ଦ ଗସ୍ତ ସକାଶେ ଏଠାରେ ଥିବା ସାଇସେଣ୍ଟରେ ପ୍ରସ୍ତୁତି କରୁଛନ୍ତି । ଜାନୁଆରୀ ମାସରେ ଭାରତୀୟ ମହିଳା ଦଳ ନୁ୍ୟଜିଲାନ୍ଦ ଗସ୍ତରେ ଯିବ । ଶନିବାର ମୁଖ୍ୟକୋଚ୍‌ କହିଛନ୍ତି ଆସନ୍ତା ୭ ମାସ ଭିତରେ ଆମେ କ’ଣ ସବୁ କରିବୁ ତାହାର ଯୋଜନା ବନାସାରିଲୁଣି । ଅଲିମ୍ପିକ୍‌ ପୂର୍ବରୁ କେଉଁ କେଉଁ ବିଷୟ ଉପରେ ଧ୍ୟାନ ଦିଆଯିବା ଦରକାର ତଥା କେଉଁ ବିଷୟରେ ଉନ୍ନତି ଆବଶ୍ୟକ ତାହାକୁ ମଧ୍ୟ ବାଛି ସାରିଲୁଣି । ଅଲିମ୍ପିକ୍‌କୁ ଯିବା ବାଟରେ ଆମେ ବହୁ ଟପ୍‌ ଦଳଙ୍କ ବିପକ୍ଷରେ ଖେଳିବା ପାଇଁ ଯାଉଛୁ । ଯାହା ଆମକୁ ବଡ଼ ସହାୟକ ହେବ । ତେବେ ମାରିନ କହିଥିଲେ ଆମକୁ ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦେବା ପାଇଁ ପଡିବ । ଯେହେତୁ ଆମ ମନରେ ଏବେ ପଦକ ସମ୍ଭାବନା ପ୍ରବେଶ କରିଗଲାଣି ତେଣୁ ଆମକୁ ଫିଟ୍‌ନେସର ସ୍ତର ବଢାଇବାକୁ ହେବ । ଲଢେଇ ଜାରି ରଖିବାର କ୍ଷମତା ତଥା ଅଡୁଆ ଅବସ୍ଥାରୁ ପୁନର୍ବାର ଲେଉଟାଣି କରିବାର କ୍ଷମତା ଆମକୁ ହାସଲ କରିବାକୁ ପଡିବ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*