ଟୋକିଓଠାରେ ଆମକୁ ପ୍ରତି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ: ମନପ୍ରୀତ ଓ ରାଣୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଗତ ଶନିବାର ବିଳମ୍ବିତ ରାତିରେ ବିଶ୍ୱ ହକି ସଂଗଠନ ୨୦୨୦ ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ାର ହକି ଇଭେଣ୍ଟର ଗ୍ରୁପ୍‌ ଘୋଷଣା କରିଥିଲା । ଭାରତର ପୁରୁଷ ଓ ମହିଳା ଦଳ ନିଜ ନିଜ ବର୍ଗର ଗ୍ରୁପ୍‌-ଏ ତଥା ଗ୍ରୁପ୍‌- ବି ରେ ସାମିଲ ହୋଇଛନ୍ତି । ଏମାସ ପ୍ରାରମ୍ଭରେ ଆମର ପୁରୁଷ ଓ ମହିଳା ଦଳ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଯଥାକ୍ରମେ ରୁଷିଆ ଏବଂ ଆମେରିକାକୁ ହରାଇ ଯୋଗ୍ୟତା ଅର୍ଜନ କରିଛି । ଭାରତୀୟ ପୁରୁଷ ଦଳ ପୁଲ୍‌-ଏ ରେ ଗତ ଅଲିମ୍ପିକର ଚମ୍ପିଆନ୍‌ ଆର୍ଜେଣ୍ଟିନା, ବିଶ୍ୱର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ସହ ସ୍ପେନ, ନୁ୍ୟଜିଲାନ୍ଦ ତଥା ଜାପାନ ସହ ରହିଛି । ସେହିପରି ମହିଳା ଦଳ ପୁଲ୍‌- ବି ସ୍ଥାନ ପାଇଛି । ବିଶ୍ୱ ଚମ୍ପିଆନ୍‌ ନେଦରଲାନ୍ଦ, ଜର୍ମାନୀ, ଗ୍ରେଟବି୍ରଟେନ, ଦକ୍ଷିଣ ଆଫି୍ରକା ଏବଂ ଆର୍ୟଲାନ୍ଦ ରହିଛି ଭାରତ ସହିତ । ଗୁ୍ରୁପ୍‌ ଘୋଷଣା ହେବା ପରେ ଭାରତୀୟ ପୁରୁଷ ଓ ମହିଳା ଦଳର ଅଧିନାୟକ ଦ୍ୱୟ ନିଜ ପ୍ରଥମ ପ୍ରତିକି୍ରୟାରେ କହିଛନ୍ତି ଟୋକିଓଠାରେ ସବୁ ମ୍ୟାଚ୍‌ ଶ୍ରେଷ୍ଠ ପ୍ରଦର୍ଶନର ଆବଶ୍ୟକତା ରଖେ ବୋଲି କହିଛନ୍ତି । ଅଲିମ୍ପିକରେ କିଛି ସହଜ ଡ୍ର’ ନଥାଏ । ଆଉ ସେଠାରେ ମଧ୍ୟ ର୍ୟାଙ୍କିଙ୍ଗର କିଛି ବିଶେଷ ଗୁରୁତ୍ୱ ରହେ ନାହିଁ । କୌଣସି ଦଳକୁ ହାଲକା ଭାବେ ନିଆଯାଇପାରିବ ନାହିଁ । ପୁଲ୍‌ ପର୍ଯ୍ୟାୟର ଖେଳରୁ କ୍ୱାର୍ଟର ଫାଇନାଲକୁ ଯିବାର ଟିକେଟ ମିଳିବାକୁ ଥିବାରୁ ଆମକୁ ପ୍ରତି ମ୍ୟାଚ୍‌ରେ ନିଜର ବଢିଆ ଖେଳ ଦେଖାଇବାକୁ ପଡିବ ବୋଲି ପୁରୁଷ ଦଳର ଅଧିନାୟକ ମନପ୍ରୀତ ସିଂ କହିଛନ୍ତି । ସୋମବାର ଦିନ ଭାରତୀୟ ପୁରୁଷ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ବସି ଅଲିମ୍ପିକ୍‌ ଡ୍ର’ ଉପରେ ପ୍ରଥମ ଆଲୋଚନା କରିଛନ୍ତି । ପୁଲ୍‌ରେ ପ୍ରଥମ ଦୁଇଦଳ ଭିତରେ ରହିବା ଆମର ପ୍ରଥମ ଟାର୍ଗେଟ ହେବ ବୋଲି ମନପ୍ରୀତ କହିଛନ୍ତି । ପ୍ରୋ-ଲିଗ୍‌ରେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ମଧ୍ୟରେ ଆମେ ଖେଳିବାକୁ ଥିବାରୁ ତାହା ଆମକୁ ଟୋକିଓରେ ସାହାଯ୍ୟ କରିପାରେ । ସେହିପରି ମହିଳା ଦଳର ଅଧିନାୟିକା ରାଣୀ କହିଛନ୍ତି ଆମେ ଗତ କିଛିମାସ ମଧ୍ୟରେ ଆର୍ୟଲାନ୍ଦ ଏବଂ ବି୍ରଟେନ ସହ ଭଲ ମ୍ୟାଚ୍‌ ଖେଳିଛୁ । ସେମାନଙ୍କ ଖେଳ ବାବଦରେ ଆମକୁ ଜଣା । ତେବେ ନେଦରଲାନ୍ଦ ସହ ଆମକୁ ଅତି ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି ରାଣୀ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*