ଟେଷ୍ଟ ରାଙ୍କିଙ୍ଗ: ସ୍ମିଥଙ୍କ ନିକଟତର ହେଲେ ବିରାଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଯେଉଁ ଆକର୍ଷଣୀୟ ଶତକ ଅର୍ଜନ କରିଥିଲେ ତାହା ତାଙ୍କ ର୍ୟାଙ୍କିଙ୍ଗ ପାଇଁ ବଡ଼ ପ୍ରଭାବ ପକାଇଛି । ବର୍ତ୍ତମାନ ଆଇସିସିର ଟେଷ୍ଟ ର୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ଥିବା ଷ୍ମିଭ୍‌ ସ୍ମିଥ୍‌ଙ୍କ ନିକଟତର ହୋଇଯାଇଛନ୍ତି ବିରାଟ କୋହଲି । କୋଲକାତା ଦିବାରାତ୍ର ଟେଷ୍ଟରେ ୧୩୬ ରନ୍‌ ସ୍କୋର କରିଥିବା ବିରାଟ ଏବେ ଅଛନ୍ତି ୯୨୮ ପଏଣ୍ଟରେ । ସେ ଅଛନ୍ତି ଏବେ ଦ୍ୱିତୀୟ ସ୍ଥାନରେ । ଅଷ୍ଟ୍ରେଲିଆର ସ୍ମିଥ୍‌ ୯୩୧ପଏଣ୍ଟ ସହିତ ଅଛନ୍ତି ଏକ ନମ୍ବର ସ୍ଥାନରେ । ବର୍ତ୍ତମାନ ସ୍ମିଥ୍‌ ଓ ବିରାଟଙ୍କ ମଧ୍ୟରେ କେବଳ ୩ ପଏଣ୍ଟର ବ୍ୟବଧାନ ରହିଛି । କୋଲକାତା ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବ୍ୟବଧାନ ଥିଲା ୨୫ ପଏଣ୍ଟର । ବିରାଟ ଶତକ ମାରିବାରୁ ତାଙ୍କ ପାଖକୁ ୨୨ ପଏଣ୍ଟ ଆସିଛି । ସେହିପରି ଭାରତର ଓପନର ମୟଙ୍କ ଅଗ୍ରୱାଲ ପ୍ରଥମ ଥର ପାଇଁ ଟପ୍‌-୧୦ରେ ପ୍ରବେଶ କରିଛନ୍ତି । ୭୦୦ପଏଣ୍ଟ ହାସଲ କରି ଅଗ୍ରୱାଲ ଗୋଟେ ପାଦ ଉପରକୁ ଉଠି ଅଛନ୍ତି ୧୦ମ ସ୍ଥାନରେ । ଭାରତର ଚେତେସ୍ୱର ପୂଜାରା ୭୯୧ ପଏଣ୍ଟ ସହିତ ୪ର୍ଥ ରାହାଣେ ୭୫୯ ପଏଣ୍ଟ ସହିତ ଅଛନ୍ତି ୫ମ ସ୍ଥାନରେ । ଇଂଲନ୍ଦର ଅଲରାଉନ୍ଦର ବେନଷ୍ଟୋକ୍ସ ଟପ୍‌-୧୦ରେ ପ୍ରବେଶ କରିଛନ୍ତି । ସେହିପରି ବାଂଲାଦେଶର ରହିମ ୪ ପାଦ ଉଠି ଅଛନ୍ତି ୨୬ତମ ସ୍ଥାନରେ ।
ଭାରତୀୟ ଫାଷ୍ଟ ବୋଲର ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଭଲ କରିଥିବାରୁ ସେମାନେ ମଧ୍ୟ ଉପରକୁ ଉଠିଛନ୍ତି ବୋଲିଂ ବିଭାଗରେ । ଇଶାନ୍ତ ୭୧୬ ପଏଣ୍ଟ ସହିତ ୧୭ ଏବଂ ଉମେଶ ୬୭୨ ପଏଣ୍ଟ ସହିତ ୨୧ତମ ସ୍ଥାନରେ । ଭାରତର ଅନୁଭବୀ ସ୍ପିନର ରବିଚନ୍ଦ୍ର ଅଶ୍ୱିନ ଗୋଟେ ପାଦ ଉପରକୁ ଉଠି ୭୭୨ ପଏଣ୍ଟ ସହିତ ଅଛନ୍ତି ୯ମ ସ୍ଥାନରେ । ଆଘାତ କାରଣରୁ କିଛି ମ୍ୟାଚ୍‌ ଖେଳିନଥିବା ବୁମରା ଅଛନ୍ତି ୭୯୪ ପଏଣ୍ଟ ସହିତ ୫ମ ସ୍ଥାନରେ । ସେହିପରି ରବିନ୍ଦ୍ର ଜାଡେଜା ୭୨୫ ପଏଣ୍ଟ ସହିତ ବୋଲରଙ୍କ ତାଲିକାରେ ୧୫ ତମ ସ୍ଥାନରେ ଅଛନ୍ତି । ଅଲରାଉନ୍ଦରଙ୍କ ତାଲିକାରେ ଜାଡେଜା ଅଛନ୍ତି ଦ୍ୱିତୀୟ ସ୍ଥାନରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*