ଟେଷ୍ଟରେ ସ୍ଥାନ ପକ୍କା କରିବାର ସୁଯୋଗ ରୋହିତଙ୍କ ପାଇଁ ଆସିଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବିଶାଖପାଟଣା

ସୀମିତ ଓଭର ଭାରତୀୟ ଦଳର ସ୍ଥାୟୀ ସଦସ୍ୟ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ଲାଗି ପୁଣି ଏକ ସୁଯୋଗ ଆସିଛି ଭାରତୀୟ ଟେଷ୍ଟ ଦଳରେ ନିଜ ସ୍ଥାନ ପକ୍କା କରିବାର । ସୋମବାର ଠାରୁ ଏଠାରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫି୍ରକା ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ଶର୍ମା ଓପନର ଭାବରେ ଖେଳିବାର ସୁଯୋଗ ପାଇବେ । ଏହି ସ୍ଥାନରେ ସେ ଯଦି ଜମିଯାଆନ୍ତି ତା’ହେଲେ ସ୍ଥାୟୀ ହୋଇଯିବା ନିଶ୍ଚିତ । ଓପନିଂ ସ୍ଥାନରେ ଟେଷ୍ଟ ମ୍ୟାଚ୍‌ରେ ବିଶେଷ ରନ୍‌ ପାଉନଥିବା ରାହୁଲଙ୍କୁ ବିଦା କରାଯାଇଛି । ଟି-୨୦ ଏବଂ ୫୦ ଓଭର ଫର୍ମାଟରେ ନିଜ ସ୍ଥାନ ନିଶ୍ଚିତ କରିସାରିଥିବା ୩୨ବର୍ଷିୟ ରୋହିତଙ୍କ ଲାଗି ଏହା ଶେଷ ସୁଯୋଗ ହୋଇପାରେ ଟେଷ୍ଟ ମ୍ୟାଚ୍‌ରେ ନିଜ ସ୍ଥାନକୁ ନିଶ୍ଚିତ କରିନେବା । ନିୟମିତ ଓପନର ପୃଥ୍ୱୀ ସ’ ଡୋପିଂ ବ୍ୟାନରେ ଥିବାରୁ ରୋହିତ ମୟଙ୍କ ଅଗ୍ରୱାଲଙ୍କ ସହ ଓପନିଂ କରିବା ପାଇଁ ଆସିବେ । ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ଟେଷ୍ଟ ଦଳ ଘୋଷଣା ବେଳେ କହିଥିଲେ ଯେ ରୋହିତଙ୍କୁ ଆମେ ଟେଷ୍ଟରେ ଓପନିଂ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ଯାଉଛୁ । କେବଳ ଓପନିଂ ଜାଗାକୁ ଛାଡିଦେଲେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ରେ ପ୍ରାୟ ସବୁ ସ୍ଥାନ ନିଶ୍ଚିତ ହୋଇରହିଛି । ତେବେ ବୁଧବାର ସକାଳୁ ଭାରତୀୟ ଦଳକୁ ୱିକେଟ୍‌ କିପର ଭାବରେ ଜଣଙ୍କୁ ବାଛିବାକୁ ପଡିବ । ପନ୍ତଙ୍କ ବ୍ୟାଟିଂ ସେତେ ପ୍ରଭାବିତ କରିନଥିବାରୁ ହୁଏତ ପୁଣି ଶାହାଙ୍କୁ କିପିଂ ଦାୟିତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି କେଉଁ ଧରଣର ପିଚ୍‌ ଭାରତ ଏଠାରେ ଚାହିଁବ ତାହାକୁ ନେଇ ମଧ୍ୟ ଚର୍ଚ୍ଚା । ସ୍ପିନ୍‌ ଶକ୍ତିକୁ ଦେଖି ଭାରତୀୟ ଦଳ ଏଠାରେ ସ୍ପିନ୍‌ ଟ୍ରାକ୍‌ ବନାଇପାରେ । କାରଣ ଗତଥର ଦକ୍ଷିଣଆଫ୍ରିକା ଭାରତ ଗସ୍ତରେ ଆସିଥିଲା ବେଳେ ଅଶ୍ୱିନୀ ଓ ଜାଡେଜା ନିଜ ଭିତରେ ୫୪ ୱିକେଟ୍‌ ବାହାର କରି ଭାରତକୁ ୩-୦ର ବିଜୟ ପ୍ରଦାନ କରିଥିଲେ ।
ୱେବଙ୍କୁ ସ୍ୱାଗତ
ପ୍ରଥମ ଟେଷ୍ଟମ୍ୟାଚ୍‌ ଆରମ୍ଭର ୨ ଦିନ ଆଗରୁ ଭାରତୀୟ ଦଳକୁ ମିଳିଛନ୍ତ ନୂଆ ଟ୍ରେନର । ନିକଟରେ ଭାରତୀୟ ଦଳର ନୂଆ ଟ୍ରେନର ଭାବରେ ନିକ୍‌ ୱେବଙ୍କୁ ବଛାଯାଇଥିଲା । ସୋମବାର ଦିନ ସେ ଏଠାରେ ଭାରତୀୟ ଦଳ ସହ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । ପଡ଼ିଆ ଭିତରେ ୱେବଙ୍କୁ ସ୍ୱାଗତ କରିଥିଲେ ପୂରା ଦଳ । ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ନିଦେ୍ର୍ଦଶରେ ସବୁ ଖେଳାଳି ଗୋଟିଏ ଜାଗାରେ ଠୁଳ ହେବା ପରେ ୱେବଙ୍କ ପରିଚୟ ଖେଳାଳିମାନଙ୍କ ସହ କରି ଦେଇଥିଲେ ସେ । ତୁରନ୍ତ ସବୁ ଖେଳାଳିମାନେ କରତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ଅଧିନାୟକ ବିରାଟ କୋହଲି ଓ ନୂଆ ଟ୍ରେନର ବହୁତ ସମୟ କଥା ହେଉଥିବା ଦେଖିବାକୁ ମିଳିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*