ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତି ଭସ୍ମିଭୂତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ପୁରୀଘାଟ ଥାନା ନିକଟସ୍ଥ ରଘୁନାଥ ସପା୍ଲୟର୍ସ ନାମକ ଏକ ଟେଣ୍ଟ ହାଉସରେ ରବିବାର ଅପରାହ୍ନ ସାଢେ ୩ଟା ବେଳେ ଅଗ୍ନିକାନ୍ଦ ଘଟି ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାନ୍ଦ ଘଟିବା ପରେ ଏହି ଟେଣ୍ଟ ହାଉସ ମଧ୍ୟରେ ରହିଥିବା ଦୁଇଟି ଗ୍ୟାସ୍ ସିଲିନ୍ଦର ଫାଟିବାରୁ ନିଆଁ ଆହୁରି ଭୟଙ୍କର ରୂପ ନେଇଥିଲା । ଖବର ପାଇ ବିଡାନସୀ ଅଗ୍ନିଶମ ସେବା ବିଭାଗର ୨ଟି ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘରର ୬୦ ପ୍ରତିଶତ ଆସବାବପତ୍ର ନିଆଁରେ ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିଶମ ସେବା ବିଭାଗର ଷ୍ଟେସନ ଅଫିସର କମଳ ଲୋଚନ ସାମଲଙ୍କ ସୂଚନା ଅନୁଯାୟୀ ଅଗ୍ନିକାନ୍ଦର ପ୍ରକୃତ କାରଣ ଜଣାଯାଇନାହିଁ । ତେବେ ବିକାଶ ଦାସ ନାମକ ଜନୈକ ବ୍ୟକ୍ତି ଏହି ଟେଣ୍ଟ ହାଉସଟିର ମାଲିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*