ଟି-୨୦ ସିରିଜ: ୧-୧ରେ ଡ୍ର’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବାଙ୍ଗାଲୋର

ଭାରତ ଓ ଦକ୍ଷିଣ ଆଫି୍ରକା ମଧ୍ୟର ତିନିଟିକିଆ ଟି-୨୦ ସିରିଜ ୧-୧ରେ ଡ୍ର ହୋଇଯାଇଛି । ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ବର୍ଷା ଯୋଗୁ ହୋଇପାରିନଥିଲା । ଦ୍ୱିତୀୟ ମ୍ୟାଚ ମୋହାଲିଠାରେ ଖେଳାଯାଇଥିଲା ଯାହାକୁ ୭ୱିକେଟରେ ଜିତିଥିଲା ଭାରତ । ତେବେ ରବିବାର ଦିନ ଏଠାରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ ୯ୱିକେଟରେ ଜିତିନେଇଛି ଦକ୍ଷିଣ ଆଫି୍ରକା । ବିଜୟ ସକାଶେ ୧୩୫ରନ ଦରକାର ହେଉଥିଲାବେଳେ ଭ୍ରମଣକାରୀ ଦଳ ୧୬.୫ ଓଭରରେ ୧ୱିକେଟ ହରାଇ ୧୪୦ରନ କରି ମ୍ୟାଚ ଜିତିଥିଲା । ୧୯ଟି ବଲ୍‌ ଆହୁରି ଖେଳ ହେବାକୁ ବାକି ଥିଲା । ଅଧିନାୟକ ଡିକକ୍‌ ଅପରାଜିତ ୭୯ରନ ସ୍କୋର କରିଥିଲେ କେବଳ ୫୨ବଲରୁ । ଯେଉଁଥିରେ ୫ ଛକା ଓ ୬ ଚୌକା ସାମିଲ ଥିଲା । ହେନ୍ଦ୍ରିକ୍ସ ୨୮ରନର ଯୋଗଦାନ ଦେଇଥିଲେ । ଏହା ପୂର୍ବରୁ ଭାରତ ନିଜ ୨୦ ଓଭରରେ ୯ୱିକେଟ ହରାଇ ୧୩୪ରନ କରିଥିଲା । ଶିଖର ୩୬, ରୋହିତ ୯, ବିରାଟ ୯, ପନ୍ତ ୧୯, ହାର୍ଦ୍ଦିକ ୧୪ ଏବଂ ଜାଡେଜା ୧୯ରନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*