ଟି-୨୦ର ବଦଲା ଦିନିକିଆରେ ନେବ ଟିମ୍ ଇଣ୍ଡିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ହାଇଦ୍ରାବାଦ୍

ଟିମ୍ ଇନ୍ଦିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଦିନିକିଆ ସିିରିଜ ଶନିବାରଠାରୁ ଆରମ୍ଭ ହେବ । ଟି-୨୦ ସିରିଜ୍ ପରାଜୟର ବଦ୍ଲା ଦିନିକିଆରେ ଟିମ୍ ଇନ୍ଦିଆ ନେବାକୁ ଚାହିଁବ । ବିଶ୍ୱକପ୍ ଟିମ୍ ପାଇଁ ଖେଳାଳି ବଛା ପ୍ରକ୍ରିୟା ଏଠାରେ ବି ଜାରି ରହିବ । ଟି-୨୦ ପରାଜୟର ପ୍ରଭାବ ଦଳ ଉପରେ କିଛି ପଡିନାହିଁ ବୋଲି ଆଗରୁ କହିସାରିଛନ୍ତି କୋଚ ଓ ଅଧିନାୟକ । ଟିମ୍ ଇନ୍ଦିଆ ପୂର୍ବପରି ଯୋଜନା ଅନୁଯାୟୀ କାର୍ଯ୍ୟ କରିବ ଯଦ୍ୱାରାକି ବିଶ୍ୱକପ ଦଳ ପାଇଁ ସବୁ ଖେଳାଳିଙ୍କ ସ୍ଥାନ ଯେପରି ମଝୁବତ ହେବ ।
ବିଶ୍ୱକପ୍ ପୂର୍ବରୁ ଏହା ଶେଷ ଦିନିକିଆ ସିରିଜ ହେବ ଟିମ ଇନ୍ଦିଆ ପାଇଁ । ଯଦିଓ ଅଧାରୁ ଅଧିକ ଖେଳାଳିଙ୍କ ସ୍ଥାନ ବିଶ୍ୱକପ୍ ଦଳରେ ସୁରକ୍ଷିତ ହୋଇ ରହିଛି ତଥାପି କିଛିଙ୍କ ଉପରେ ବିଶେଷ ନଜର ରହିବ ସମସ୍ତଙ୍କର । ସେମାନଙ୍କ ଭଲ ପ୍ରଦର୍ଶନ ନିଶ୍ଚିତ କରିବ ବିଶ୍ୱକପ୍ ଟିକେଟ୍ ମିଳବ କି ନାହିଁ ବୋଲି । ଲୋକେସ୍ ରାହୁଲ, ବିଜୟ ଶଙ୍କର, ଋଷଭ ପନ୍ତ ଓ ସିଦ୍ଧାର୍ଥ କୌଲଙ୍କ ହେଲେ ଏହି ୪ ଖେଳାଳି ଯାହାଙ୍କ ଉପରେ ଫୋକସ୍ ରହିଛି । ତେବେ ଏହି ୪ ଖେଳାଳିଙ୍କ ପାଇଁ ୧୫ଜଣିଆ ବିଶ୍ୱକପ୍ ଦଳରେ ୨ଟି ସ୍ଥାନ ରହିବ । ତେଣୁ ଏମାନଙ୍କ ମଧ୍ୟରେ ଲଗାତାର ଭଲ କରି ବିଶ୍ୱକପ୍ ଦଳ ପାଇଁ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାର ପ୍ରତିଯୋଗିତା ରହିବ । ସେହିପରି ଦିନେଶ କାର୍ତ୍ତିକ ମଧ୍ୟ ବିଶ୍ୱକପ୍ ଦୌଡରୁ ପୁରାପୁରି ବାଦ୍ ପଡିନାହାଁନ୍ତି । ଏମାନଙ୍କ ପ୍ରଦର୍ଶନ ଉପରେ ସେ ବି ନଜର ରଖୁଥିଲେ ନିଶ୍ଚିତ ଭାବେ । ଏହି ସିରିଜରେ ଚୂଡାନ୍ତ ଏକାଦଶରେ ଯାହାକୁ ବି ସାମିଲ କରାଯିବ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ । ରାହୁଲ ଟି-୨୦ରେ ଓପନର ଭାବେ ଦୁଇଟି ମ୍ୟାଚରେ ଅଛି ୪୭ ଓ ୫୦ରନ୍‌ର ସ୍କୋର କରିଛନ୍ତି । ସେ ଲୟରେ ଥିବାରୁ ଦିନିକିଆରେ ବି ତାଙ୍କୁ ଅଧିକରୁ ଅଧିକ ସୁଯୋଗ ଦିଆଯିବାର ଆଶା କରାଯାଉଛି । ରିଜର୍ଭ ଓପନର ଭାବେ ସେ ସ୍ଥାନ ପକ୍କା କରିବାକୁ ଚାହିଁବେ । ଧାୱନଙ୍କ ଫର୍ମ ଭଲ ନଥିବାରୁ ଯଦି ରାହୁଲ ଗୋଟିଏ ମ୍ୟାଚରେ ଭଲ କରନ୍ତି ତେବେ ନିୟମିତ ଭାବେ ବି ତାଙ୍କୁ ସୁଯୋଗ ମିଳିପାରେ । ଋଷଭ ପନ୍ତ ନିୟମିତ ଭାବେ ଛୋଟ ଫର୍ମାଟ୍‌ରେ ଭଲ କରିନାହାଁନ୍ତି । କିନ୍ତୁ ତାଙ୍କ ପ୍ରତିଭାଯୋଗୁ ଏକାକୀ ମ୍ୟାଚ ଜିତାଉଥିବାର ଦମ୍‌କୁ ଦେଖି ମ୍ୟାନେଜମେଣ୍ଟ ତାଙ୍କୁ ଆଉ ସୁଯୋଗ ଦେବାକୁ ଚାହିଁବ । ହାଦ୍ରିକ୍‌ ପାନ୍ଦ୍ୟାଙ୍କ ବଦଳରେ ବିଜୟ ଶଙ୍କରଙ୍କୁ ଦଳରେ ସାମିଲ କରାଯାଇଛି ଅଲରାଉନ୍ଦର ଭାବେ । ତାଙ୍କ ବୋଲିଂ ଏତେ ପ୍ରଭାବୀ ନଥିଲେ ବି ରିଜର୍ଭ ଅଲରାଉନ୍ଦର ଭାବେ ସେ ରହିପାରନ୍ତି । ରାଇଡୁ କେଦାର ଯାଦବ ଓ ସାମି ଦଳକୁ ଫେରିଥିବାରୁ ଆରୋନ ଫିଞ୍ଚôଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ରହିବ । ସ୍ପିନ୍‌ ଯୋଡି କୂଲଦୀପ୍‌ ଓ ଚହଲଙ୍କ ଯୋଡି ରନ୍‌ଗତି ଉପରେ ରୋକ ଲଗାଇବାକୁ ଚାହିଁବେ । ସେହିପରି ଅଷ୍ଟ୍ରେଲିଆ ଘରେ ଭାରତଠାରୁ ହାରିଥିଲେ ମଧ୍ୟ ଟି-୨୦ରେ ଭାରତକୁ ହରାଇ ସାରିଛି । ସେହି ଆତ୍ମବିଶ୍ୱାସ ସହ ଦଳ ଦିନିକିଆରେ ବିଜୟୀ ହୋଇ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହିଁବ । ମ୍ୟାକ୍ସୱେଲଙ୍କ ଉପରେ ବିଶେଷ ଫୋକସ୍‌ ରହିବ । ସେ ଉପର କ୍ରମରେ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯଦି ତାଙ୍କୁ ସୁଯୋଗ ମିଳେ ସେ ଟି-୨୦ ଭଳି ପ୍ରଦଶର୍ନ କରିବାକୁ ଚାହିଁବେ ।
ଧୋନୀ ଆହତ
ଶନିବାର ପ୍ରଥମ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ତ୍ତମାନ ଭାରତୀୟ ଦଳର ସବୁଠାରୁ ଅନୁଭବୀ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଖେଳିପାରିବେ କି ନାହିଁ ତାହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । କାରଣ ଶୁକ୍ରବାର ଭାରତୀୟ ଦଳର ଅଭ୍ୟାସ ବେଳେ ଧୋନୀ ଆହତ ହୋଇଥିଲେ । ଭାରତୀୟ ଦଳକୁ ଫିଲ୍ଡିଂ ଅଭ୍ୟାସ କରାଉଥିବା ରାଘବେନ୍ଦ୍ରଙ୍କ ପାଖରୁ ଥ୍ରୋ ରିସିଭ୍‌ କରୁଥିବା ଅବସ୍ଥାରେ ବଲ ତାଙ୍କର ଡାହାଣ ହାତ କହୁଣୀ ପାଖରେ ଜୋରରେ ବାଜିଥିଲା । ସେ ଆଘାତ ପରେ ଆଉ ବେଶୀ ସମୟ ଧୋନୀ ନେଟ୍ସରେ ନଥିଲେ । ତେବେ ଆଘାତ ପାଇବା ପୂର୍ବରୁ ଢ଼େର ସମୟ ଧୋନୀ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲା ।
ମୋହାଲି ଓ ଦିଲ୍ଲୀ ଏକଦିବସୀୟ ବଦଳା ଯିବ ନାହିଁ
ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ିଥିବା ତିକ୍ତତା କାରଣରୁ ଏକରକମ ଯୁଦ୍ଧର ଅବସ୍ଥା ସୃଷ୍ଟି ହୋଇଛି । ବିଶେଷ କରି ଉତ୍ତର ଭାରତରେ ଅବସ୍ଥା ରେଡ୍‌ ଆଲର୍ଟର ସ୍ତରକୁ ଚାଲି ଯାଇଥିବାରୁ ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ସିରିଜର କିଛି ମ୍ୟାଚକୁ ନେଇ ଆଶଙ୍କା ଉତ୍ପନ୍ନ ହୋଇଛି । ସିରିଜ୍‌ର ଶେଷ ୨ଟି ମ୍ୟାଚ୍‌ ମୋହାଲି ଏବଂ ଦିଲ୍ଲୀରେ ଖେଳାଯିବାକୁ ଅଛି । ସେହି ଦୁଇଟି ମ୍ୟାଚ୍‌ ଅନ୍ୟ କେଉଁ ଆଡକୁ ନେଇ ଯିବା ପାଇଁ ଯୋଜନା ହେଉଥିବା କଥା ଚର୍ଚ୍ଚାରେ ଅଛି । ତେବେ ଶୁକ୍ରବାର ଦିନ ଭାରତୀୟ କ୍ରିକେଟ ବୋର୍ଡର କାମଚଳା ସଭାପତି ସିକେ ଖାନ୍ନା ସେ ସବୁ ଚର୍ଚ୍ଚା ନିରାଧାର ବୋଲି କହିଛନ୍ତି । ଆମର ସେଭଳି କୌଣସି ଯୋଜନା ନାହିଁ, ଶେଷ ଦୁଇ ମ୍ୟାଚ୍‌ ଅଲଗା ଆଡକୁ ନେବାର । ମୁଁ ଆପଣମାନଙ୍କୁ ନିଶ୍ଚିତ କରି କହୁଛି କାର୍ଯ୍ୟସୂଚୀ ଅନୁସାରେ ଶେଷ ୨ ମ୍ୟାଚ୍‌ ମୋହାଲି ଓ ଦିଲ୍ଲୀରେ ହିଁ ଖେଳାଯିବ ବୋଲି ଖାନ୍ନା ସାମ୍ବାଦିକମାନଙ୍କୁ କହିଥିଲେ । କେବେ ବି ସ୍ଥାନ ପରିବର୍ତ୍ତନର ଚର୍ଚ୍ଚା ଆମର ହୋଇ ନାହିଁ ବୋଲି ସେ କରିଥିଲେ ସ୍ପଷ୍ଟ । ଏଠାରେ ଉଲ୍ଲେଖଯୋଗ୍ୟ ୪ର୍ଥ ଏକଦିବସୀୟ ମାର୍ଚ୍ଚ ୧୦ରେ ମୋହାଲି ଏବଂ ୫ମ ଏକଦିବସୀୟ ମାର୍ଚ୍ଚ ୧୩ରେ ଦିଲ୍ଲୀରେ ହେବାର ଅଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*