‘ଟିକ୍‌ଟକ୍‌’ ବ୍ୟାନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ଗଳୱାନ ଘାଟି ହିଂସା କାରଣରୁ ଭାରତ ଗୋଟିଏ ପରେ ଗୋଟିଏ ଝଟକା ଚୀନକୁ ଦେଇଚାଲିଛି । ପୂର୍ବରୁ ଚୀନ କଂପାନୀ ସହ ହୋଇଥିବା କେତେକ ଚୁକ୍ତି ରଦ୍ଦ କରାଯିବା ପରେ ଏବେ ସରକାର ୫୯ଟି ଚୀନ ଆପ୍‌କୁ ବ୍ୟାନ୍‌ କରିଛନ୍ତି । ଟିକ୍‌ ଟକ୍‌, ୟୁସି ବ୍ରାଉଜର, ହେଲୋ, ଶେୟାର ଇଟ୍‌ ଭଳି ଭାରତରେ ବହୁଳ ବ୍ୟବହୃତ ୫୯ ଟି ଆପ୍‌ ଏହି ବ୍ୟାନ୍‌ ତାଲିକାରେ ରହିଛି । ଏହି ଚୀନ ଆପ୍ର ସର୍ଭର ଭାରତ ବାହାରେ ରହିଛି । ଏହା ଜରିଆରେ ୟୁଜର୍ସଙ୍କ ଡାଟା ଚୋରି ହେବାର ସମ୍ଭାବନା ରହିଛି । ଏହି ଆପ୍‌ଗୁଡିକ ଠାରୁ ଦେଶର ସ୍ୱାର୍ଭଭୌମତ୍ୱ ଏବଂ ଏକତା ପ୍ରତି ମଧ୍ୟ ବିପଦ ରହିଥିବାରୁ ଏଗୁଡିକୁ ବ୍ୟାନ୍‌ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ନିକଟରେ ଏହି ଚୀନ ଆପ୍‌ଗୁଡିକର ଅପବ୍ୟବହାର ନେଇ ବହୁ ଅଭିଯୋଗ ହସ୍ତଗତ ହୋଇଛି ବୋଲି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଯେଉଁ ଚୀନ ଆପ୍‌ଗୁଡିକୁ ଭାରତରେ ବ୍ୟାନ୍‌ କରାଯାଇଛି, ସେଗୁଡିକ ମଧ୍ୟରେ ଟିକ୍‌ ଟକ୍‌, ସେୟାରଇଟ୍‌, ୟୁସି ବ୍ରାଉଜର, ବାଇଡୁ ମ୍ୟାପ୍‌, ଶେନଳ କ୍ଳାସ୍‌ ଅଫ୍‌ କିଙ୍ଗ୍‌ସ, ଡିୟୁ ବ୍ୟାଟେରୀ ସର୍ଭର, ହେଲୋ, ଲାଇକି, ୟୁକ୍ୟାମ୍‌ ମେକ୍‌ଅପ୍‌, ଏମଆଇ କମୁ୍ୟନିଟୀ, ସିଏମ ବ୍ରାଉଜର, ବିଉଟୀ ପ୍ଳସ୍‌, ୱିଚାଟ୍‌, ୟୁସି ନୁ୍ୟଜ୍‌, ଜେନ୍ଦର, ଏମଆଇ ଭିଡିଓ କଲ୍‌, ଇଏସ୍‌ ଫାଇଲ୍‌ ଏକ୍ସପ୍ଲୋରର, ଭିଭ ଭିଡିଓ, କ୍ଳିନ୍‌ ମାଷ୍ଟର, ସୁଇଟ୍‌ ସେଲଫି ଭଳି ପ୍ରମୁଖ ଆପ୍‌ ରହିଛି । ତଥ୍ୟ ଚୋରି ଅଭିଯୋଗରେ ଭାରତ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ । ଏହିକ୍ରମରେ ୫୯ଟି ଚାଇନିଜ୍‌ ଆପକୁ ବ୍ୟାନ୍‌ କରାଯାଇଛି । ଏହି ଆପ୍‌ଗୁଡ଼ିକ ହେଉଛି-
ଟିକ୍‌ଟକ୍‌, ସେୟାରଇଟ୍‌, କୁଇ, ୟୁସି ବ୍ରାଉଜର, ବାଇଦୁ ମ୍ୟାପ୍‌, ସେନ୍‌, କ୍ଳାସ୍‌ ଅଫ୍‌ କିଙ୍ଗ୍‌, ଡିୟୁ ବ୍ୟାଟେରୀ ସେଭର, ହେଲୋ, ଲାଇକି, ୟୁକ୍ୟାମ ମେକଅପ୍‌, ଏମଆଇ କମୁ୍ୟନିଟି, ସିଏମ୍‌ ବ୍ରାଉଜର, ଭାଇରସ୍‌ କ୍ଳିନର, ଏପିୟୁଏସ୍‌ ବ୍ରାଉଜର, ରୋମ୍‌ ୟୁଇ, କ୍ଳବ ଫ୍ୟାକ୍ଟି୍ର, ନୁ୍ୟଜ୍‌ଡଗ୍‌, ବୁ୍ୟଟ୍ରାଏ ପ୍ଳସ, ଉଇଚାଟ୍‌, ୟୁସି ନୁ୍ୟଜ୍‌, କୁ୍ୟକୁ୍ୟମେଲ୍‌, ୱିବୋ, ଜେନ୍ଦର, କୁ୍ୟକୁ୍ୟ ମୁ୍ୟଜିକ୍‌, କୁ୍ୟକୁ୍ୟ ନୁ୍ୟଜ୍‌ ଫିଡ୍‌, ବିଗୋ ଲାଇଭ୍‌, ସେଲଫି ସିଟି, ମେଲ୍‌ ମାଷ୍ଟର, ପାରାଲେଲ୍‌ ସ୍ପେସ୍‌, ଏମଆଇ ଭିଡିଓ କଲ୍‌, ୱି ସିକ୍‌, ଇଏସ୍‌ ପାଇଲ୍‌ ଏକ୍ସପ୍ଲୋରର, ଭିଭୋ ଭିଡିଓ, ନୁ୍ୟ ଭିଡିଓ ଷ୍ଟାଟସ୍‌, ଡିୟୁ ରେକର୍ଡର, ଭଲଟ୍‌-ହାଇଡ୍‌, କ୍ୟାଚ୍‌ କ୍ଳିନର ଡିୟୁ ଆପ୍‌ ଷ୍ଟୁଡିଓ, ଡିୟୁ କ୍ଳିନର, ଡିୟୁ ବ୍ରାଉଜର, ହାଗୋ ପ୍ଲେ, କାମ୍‌ ସ୍କାନର, କ୍ଳିନ୍‌ ମାଷ୍ଟର, ୱନ୍ଦର କ୍ୟାମେରା, ଫଟୋ ୱନ୍ଦର, କୁ୍ୟକୁ୍ୟପ୍ଲେୟାର, ୱି ମିଟ୍‌, ସୁଇଟ୍‌ ସେଲଫି, ବାଇଦୁ ଟ୍ରାନ୍ସଲେଟ୍‌, ଭିମେଟ୍‌, କୁ୍ୟକୁ୍ୟ ଇଣ୍ଟରନ୍ୟାସନାଲ୍‌, କୁ୍ୟ କୁ୍ୟ ସିକୁ୍ୟରିଟ୍‌ ସେଣ୍ଟର, କୁ୍ୟକୁ୍ୟ ଲଞ୍ଚର, ୟୁଭିଡିଓ, ଭିଫ୍ଲାଏ ଷ୍ଟାର୍ଟସ ଭିଡିଓ, ମୋବାଇଲ୍‌ ଲିଜେନ୍ଦସ, ଡିୟୁ ପ୍ରାଇଭେସି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*