ଟିକଟ ନ ମିଳିଲେ ବି ଛିଡ଼ା ହେବେ ନଗେନ୍ଦ୍ର!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆଗରୁ ବାଟ କାଟିଦେଲେ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ । ତାଙ୍କ ଟୁଇଟରରେ ବି ଏବେଠୁ ସେ ନିଜକୁ ଘୋଷଣା ଦେଲେଣି ପୂର୍ବତନ ବୋଲି । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପନ୍ଦାଙ୍କୁ ଏମିତି ହଲାପଟା କଲେ ଯେ, ସିଏ ଦଳ ଛାଡି ଏବେ ପଦ୍ମ ବନରେ । ଏବେ ସମସ୍ତଙ୍କ ନଜର ଅଛି ନଗେନ୍ଦ୍ରଙ୍କ ଉପରେ । ନଗେନ୍ଦ୍ର ପ୍ରଧାନ ହେଉଚନ୍ତି ସମ୍ବଲପୁର ସାଂସଦ । ସେ ମଧ୍ୟ ଜଣେ ପୂର୍ବତନ ରାଜ୍ୟମନ୍ତ୍ରୀ । ତାଙ୍କ ଉପରେ ଝୁଲୁଚି ତୃତୀୟ ମହଲା ଖନ୍ଦା । ନଳିନୀ ପ୍ରଧାନ ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେବା ପରେ ତାଙ୍କ ନାଁ ଦୁଇଟି ଆସନ ସକାଶେ ଚର୍ଚ୍ଚା ହଉଚି । ନଗେନ୍ଦ୍ରଙ୍କ ସ୍ଥାନରେ ସେ ଲଢିପାରନ୍ତି ଲୋକସଭା ପାଇଁ । କିନ୍ତୁ ମନ୍ତ୍ରୀ ହବା ଲୋଭରେ ପଡିଚନ୍ତି ବି୍ରଜ୍‌ମ୍ୟାନ୍‌ ନଳିନୀ । ଆଷ୍ଟମଲିକରେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁଙ୍କ ଜାଗାରେ ତାଙ୍କୁ ଠିଆ କରାଇପାରନ୍ତି ମୁଖିଆ । ତେବେ ସେ ଯାହା ହେଉନା କାହିଁକି ନଗେନ୍ଦ୍ରଙ୍କ ଉପରେ ଭାରି ଖପ୍ପା ତୃତୀୟ ମହଲା ବଡ଼ବାବୁ । ଏବେ ତାଙ୍କ କଥା ତ ଶଙ୍ଖ ଦଳରେ ବେଦର ଗାର । ତାଙ୍କ କଥା ବାହାରକୁ କୁଆଡେ ମୁଖିଆ ବି ଯାଇପାରୁନାହାଁନ୍ତି ।
ନଗେନ୍ଦ୍ର କଟୁଚନ୍ତି ବୋଲି ଚାରିଆଡେ ଚର୍ଚ୍ଚା । ଏହି ଚର୍ଚ୍ଚା ଭିତରେ ନିକଟରେ ନଗେନ୍ଦ୍ର ଭେଟିଥିଲେ ମୁଖିଆଙ୍କୁ । ଶୁଣିବା କଥା ଧିରେଧିରେ କିନ୍ତୁ ପୂରା ସ୍ପଷ୍ଟ ଭାବେ ନଗେନ୍ଦ୍ର ଜଣେଇ ଦେଲେ ଯେ, ମୋ ଟିକଟ ଯଦି କାଟିବେ, ତେବେ ମୁଁ ଚୁପ୍‌ ହେଇ ବସିବିନି । ଯେମିତି ବି ହଉ ଛିଡା ହେବି । ଯଦି ନଗେନ୍ଦ୍ର ଛିଡା ହେଇଯାଆନ୍ତି, ତେବେ ବଡ଼ବାବୁଙ୍କ ଗଣିତ ଓ ଭୂଗୋଳ ସବୁ ଏପାଖସେପାଖ ହବା ନିଶ୍ଚିତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*