ଟାଟା ଷ୍ଟିଲ୍‌ ଫ୍ରେଣ୍ଡସିପ୍‌ କପ୍‌ : ପ୍ରଶାସକ ଏକାଦଶ ଚମ୍ପିଆନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କି୍ରକେଟର ମାହୋଲରେ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରି ରାଜନେତା, ପ୍ରଶାସକ, ମିଡିଆ କର୍ମୀ ଏବଂ ଟାଟା ଷ୍ଟିଲ୍‌ ମଧ୍ୟରେ ଆକର୍ଷଣୀୟ ଫ୍ରେନ୍ଦସିପ୍‌ କପ୍‌ କି୍ରକେଟ ପ୍ରତିଯୋଗିତା ରବିବାର ଦିନ ଟାଟା ଷ୍ଟିଲ୍‌ ପକ୍ଷରୁ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଏହି ବନ୍ଧୁତ୍ୱପୂର୍ଣ୍ଣ କି୍ରକେଟ ପ୍ରତିଯୋଗିତା ପାଇଁ ଭବ୍ୟ ଆୟୋଜନ ହୋଇଥିଲା । ଲିଡର୍ସ ଏକାଦଶ, ବୁ୍ୟରୋକାଟ୍ସ ଏକାଦଶ,ମିଡିଆ ଏକାଦଶ ଏବଂ ଟାଟା ଷ୍ଟିଲ୍‌ ଏକାଦଶ ମଧ୍ୟରେ ୧୦ ଓଭରିଆ ଟେନିସ୍‌ ବଲ୍‌ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାକୁ ଏବର୍ଷ ପ୍ରଶାସକ ଏକାଦଶ ଜିତିନେଇଛି । ଫାଇନାଲ ମ୍ୟାଚ୍‌ରେ ସେମାନେ ଟାଟା ଷ୍ଟିଲ୍‌ ଏକାଦଶକୁ ୧୬ ରନ୍‌ରେ ପରାଜିତ କରିଥିଲେ । ଫାଇନାଲରେ ପ୍ରଶାସକ ଏକାଦଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିଜ ୧୦ ଓଭରରେ ୮୫ ରନ୍‌ କରିଥିଲେ ୬ ୱିକେଟ୍‌ ହରାଇ । ଦେବୀ ବିଶ୍ୱାଳ ସର୍ବାଧିକ ୧୮ ରନ୍‌ କରିଥିଲେ ୮ ବଲରୁ । ଟାଟା ଷ୍ଟିଲ୍‌ ପକ୍ଷରୁ ପିପି ଥୋମାସ୍‌ ଏବଂ ବିଦୁ୍ୟତ୍‌ ମହାଳିକ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ୮୬ ରନ୍‌ର ପିଛା କରିଥିବା ଟାଟା ଷ୍ଟିଲ୍‌ ଦଳ ନିଜ ୧୦ ଓଭର ସରିଲା ବେଳକୁ ୮ ୱିକେଟ୍‌ରେ କେବଳ ୬୯ ରନ୍‌ କରିପାରିଥିଲେ । ଏହି ପ୍ରତିଯୋଗିତାର ପ୍ରଥମ ସେମି ଫାଇନାଲରେ ଲିଡର୍ସ ଏକାଦଶକୁ ୯ ୱିକେଟ୍‌ରେ ହରାଇଥିଲା ପ୍ରଶାସକ ଏକାଦଶ । ରାଜନେତାଙ୍କ ଦଳ ପ୍ରଥମ ବ୍ୟାଟିଂ କରି ୫୨ ରନ୍‌ ସ୍କୋର କରିଥିଲେ । ପ୍ରକାଶ ଚନ୍ଦ୍ର ମାଝି ୧୭ ଏବଂ ଅଧିନାୟକ ଅରୁଣ ସାହୁ ୧୫ ରନ୍‌ ସ୍କୋର କରିଥିଲେ । ପ୍ରଶାସକ ଏକାଦଶ ୪.୨ ଓଭରରେ ମାତ୍ର ୧ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲେ । ଅନ୍ୟ ସେମିଫାଇନାଲରେ ମିଡିଆ ଏକାଦଶ ସଂଘର୍ଷ କରିଥିଲେ ମଧ୍ୟ ମାତ୍ର ୪ ରନ୍‌ରେ ଟାଟା ଷ୍ଟିଲ୍‌ ଦଳ ପାଖରୁ ହାରିଯାଇଥିଲା । ପ୍ରଥମ ବ୍ୟାଟିଂ କରିଥିବା ଟାଟା ଦଳ ୧୦ ଓଭରରେ କରିଥିଲେ ୧୦୨ରନ୍‌ । ଦୀପକ ନାୟକ ୩୪, ସମ୍ବିତ୍‌ ଦାଶ ୩୨ ରନ୍‌ କରିଥିଲେ । ମିଡିଆ ଦଳରୁ ସନ୍ଦୀପ ମିଶ୍ର ନେଇଥିଲେ ୨ ୱିକେଟ୍‌ । ଏହାର ଜବାବରେ ମିଡିଆ ଏକାଦଶ ୯୮ ରନ୍‌ କରିପାରିଥିଲା ନିଜ ୧୦ ଓଭରରେ । ମନୋଜ ମହାପାତ୍ର ୩୯ ବଲରୁ ସର୍ବାଧିକ ୬୬ରନ୍‌ କରିଥିଲେ ।
ଫାଇନାଲ ମ୍ୟାଚ୍‌ ପରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,ଟାଟା ଷ୍ଟିଲ୍‌ କର୍ପୋରେଟ୍‌ ସର୍ଭିସେସ୍‌ର ଉପସଭାପତି ଚାଣକ୍ୟ ଚୌକି,ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟ ସମ୍ପାଦକ ଦେବୀଦତ୍ତ ବିଶ୍ୱାଳ କେବିକେ ମୁଖ୍ୟ ପ୍ରଶାସକ ଏସ୍‌ପି ଠାକୁର, ବରିଷ୍ଠ ସାମ୍ବାଦିକ କେ.ରବି, ଦିଲୀପ ବିଶୋଇ, ଆଇଜି ପୁଲିସ୍‌ ଅମିତାଭ ଠାକୁର, ଟାଟାଷ୍ଟିଲ୍‌ର ସିଆରଇ ଦେବାଶିଷ ଜେନା ଏବଂ ସିଓଓ ସୁବୋଧ ପାନେ୍ଦ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ସକାଳେ ମନ୍ତ୍ରୀ ଅରୁଣ କୁମାର ସାହୁ,ତୁଷାରକାନ୍ତି ବେହେରା, ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ଫ୍ରେନ୍ଦସିପ୍‌ କପ୍‌ର ଉଦଘାଟନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*