ଟାଙ୍କି ସଫା ବେଳେ ଅଘଟଣ, ପାଣି ଆସିଯିବାରୁ ବୁଡ଼ି ଶ୍ରମିକ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର: ବୁଧବାର ଦିନ ଭିଏସ୍‌ଏସ୍‌ନଗରରେ ଘଟିଛି ଅଭାବନୀୟ ଘଟଣା । ପିଏଚ୍‌ଡି ବିଭାଗ ଓ ଠିକାଦାରଙ୍କ ଖାମଖିଆଲ ନୀତି ଯୋଗୁଁ ଜଣେ ଶ୍ରମିକ ପାଣି ଟାଙ୍କିରେ ପଡି ମୃତୁ୍ୟ ଘଟିଛି । ଏଭଳି ଘଟଣା ଘଟିଛି ସହିଦନଗର ଥାନା ଗଣପତିନଗର ବସ୍ତିର ରୁଦ୍ର ଦୋରା । ଶ୍ରମିକଙ୍କ ମୃତୁ୍ୟକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଥିଲେ । ଖବର ପାଇ ଘଟଣା ସ୍ଥଳରେ କମିଶନରେଟ୍‌ ପୁଲିସ ପହଞ୍ଚô ରୁଦ୍ରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଠିକାଦାରଙ୍କୁ ଥାନାକୁ ଡାକି ପୁଲିସ ପଚରାଉଚରା କରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କଂସମାରୀ ଗ୍ରାମର ରୁଦ୍ର ଦୋରା(୨୫) ସହିଦନଗର ଥାନା ଗଣପତିନଗର ବସ୍ତିରେ ରୁହନ୍ତି । ରୁଦ୍ର ଭିଏସ୍‌ଏସ୍‌ନଗରଠାରେ ଥିବା ପିଏଚ୍‌ଡି ମେନ୍‌ ଲାଇନ୍‌ ପାଣି ଟାଙ୍କିରେ ବୁଧବାର ଅପରାହ୍ନରେ କାମ କରୁଥିଲେ । ରୁଦ୍ରଙ୍କ ଆଉ ଦୁଇ ସହଯୋଗୀ ତଳେ ରହି କାମର ଅନୁଧ୍ୟାନ ମଧ୍ୟ କରୁଥିଲେ । ହେଲେ ବେପରୁଆ ଭାବେ ଅଚାନକ ପାଣିକୁ ଛାଡି ଦିଆଯାଇଥିଲା । ପାଣି ଚାଲିବାବେଳେ ରୁଦ୍ର ଚିକôାର କରିଥିଲେ ମଧ୍ୟ ତାଙ୍କ ଶବ୍ଦ କାହାରିକୁ ଶୁଭିନଥିଲା । ଫଳରେ ସେହିଠାରେ ହିଁ ତାଙ୍କର ଅକାଳ ମୃତୁ୍ୟ ଘଟିଥିଲା । ଏହି ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକେ ସେଠାରେ ରୁନ୍ଦ ହୋଇଥିଲେ । ସ୍ଥାନୀୟ ଲୋକମାନେ ବହୁ ଉଦ୍ୟମ କରି ପାଣିକୁ ବାହାର କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଦମକଳ ବାହିନୀ ଗାଡି ଘଟଣା ସ୍ଥଳରେ ପହଞ୍ଚô ପାଣିକୁ ଟାଙ୍କିରୁ ଖାଲି କରିବା ପରେ ମୃତ ଦେହକୁ ସେଥିରୁ ବାହାର କରାଯାଇଥିଲା । ଠିକାଦାରଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲିଗଲା ବୋଲି ଲୋକେ ଅଭିଯୋଗ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚô ରୁଦ୍ରଙ୍କ ମୃତଦେହକୁ ଜବତ କରିଛି । ମୃତ ରୁଦ୍ର ୧୮ ମାସ ହେଲା ବିବାହ କରିଥିଲେ । ତାଙ୍କୁ ଗୋଟିଏ ୫ ମାସର ପୁଅ ମଧ୍ୟ ଅଛି । ଏନେଇ ମୃତ ରୁଦ୍ରଙ୍କ ପରିବାର ପକ୍ଷରୁ ଠିକାଦାର ଓ ପିଏଚ୍‌ଡି କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ଠିକାଦାର ଓ ପିଏଚ୍‌ଡି କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*