ଟସ୍‌ ପକାଇ ମହିଳାଙ୍କୁ ଗିରଫ କରିଥିଲେ, ଏବେ ସସ୍‌ପେଣ୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଆଟଲାଣ୍ଟା

କୌଣସି ବ୍ୟକ୍ତି ଯେତେବେଳେ କିଛି ଅପରାଧ କରେ ସେତେବେଳେ ପ୍ରମାଣ ସହ ପୁଲିସ୍‌ ସେହି ବ୍ୟକ୍ତିଙ୍କୁ ଗିରଫ କରିଥାଏ । ହେଲେ ଜର୍ଜିଆରେ ଦୁଇଜଣ ମହିଳା ପୁଲିସ୍‌ ଜଣେ ମହିଳାଙ୍କୁ ଟସ୍‌ ପକାଇ ଗିରଫ କରିବା ଘଟଣା ଏବେ ବଡ଼ ଚର୍ଚ୍ଚାକୁ ଆସିଛି । ପରେ ଏହି ପୁଲିସ୍‌ ଅଧିକାରୀଙ୍କୁ ସସ୍‌ପେନ୍ଦ କରାଯାଇଛି ।
ସାରା ବେବର ନାମକ ଏହି ମହିଳା ଦ୍ରୁତ ଗତିରେ ଗାଡି ଚଳାଉଥିଲେ । ରାସ୍ତା ଓଦା ଥିବାରୁ ଦୁର୍ଘଟଣାର ସମ୍ଭାବନା ଅଧିକ ଥିଲା । ମହିଳା ଜଣଙ୍କ ନିୟମ ଉଲ୍ଲଂଘନ କରୁଥିବାରୁ ତାଙ୍କୁ ଦୁଇ ମହିଳା ପୁଲିସ୍‌ ଅଟକାଇଥିଲେ । ସାରା ଜରୁରୀ କାମରେ ଯାଉଥିବା କହି ପୁଲିସ୍‌ ଅଧିକାରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ଦୁଇ ଅଧିକାରୀ ବୁଝିପାରିନଥିଲେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ପରେ ସେମାନେ ଏକ ନିଆରା ଉପାୟ ଅବଲମ୍ବନ କରିଥିଲେ । ଟସ୍‌ ପକାଇ ନିଷ୍ପତ୍ତି ନେବାର ସ୍ଥିର କରିଥିଲେ । ସେମାନେ କହିଥିଲେ ଯେ, ହେଡ୍‌ ପଡିଲେ ସାରା ଗିରଫ ହେବେ ଏବଂ ଟେଲ୍‌ ପଡିଲେ ତାଙ୍କୁ ଛଡାଯିବ । ଜଣେ ପୁଲିସ୍‌ ଅଧିକାରୀ ନିଜ ଫୋନ୍‌ର ଏକ ଆପ୍‌ ମାଧ୍ୟମରେ ଟସ୍‌ ପକାଇଥିଲେ । ଆଉ ପଡିଥିଲା ହେଡ୍‌ । ସାରାଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାକୁ ଜଣେ କେହି ଭିଡିଓ ବନାଇ ଜର୍ଜିଆର ଏକ ନୁ୍ୟଜ୍‌ ଷ୍ଟେସନକୁ ଦେଇଦେଇଥିଲେ । ଘଟଣାଟି ଭାଇରାଲ ହୋଇଥିଲା । ସାରା କୋର୍ଟରେ ମଧ୍ୟ ତାଙ୍କୁ ପୁଲିସ୍‌ ଅଧିକାରୀମାନେ ତ୍ରୁଟିପୂର୍ଣ୍ଣ ଧାରାରେ ଗିରଫ କରିଥିବା ଅଭିଯୋଗ କରିଥିଲେ । ଶେଷରେ ସାରାଙ୍କୁ କୋର୍ଟ ଦନ୍ଦମୁକ୍ତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*