ଟମାଟର ଦର ୩ବର୍ଷରେ ସବୁଠୁ କମ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଦେଶର ଟମାଟର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଏବେ ଆହୁରୀ ଦୁର୍ବଳ କରିପକାଇଛି । ଦିଲ୍ଲୀ, ବେଙ୍ଗାଲୁର ଏବଂ ହାଇଦ୍ରାବାଦର ହୋଲସେଲ ମାର୍କେଟରେ ଟମାଟର ଦର ୩ ବର୍ଷରେ ସବୁଠୁ କମ ସ୍ତରରେ ପହଞ୍ଚିଛି । ସରକାରୀ ତଥ୍ୟ ଅନୁସାରେ ହୋଲସେଲ ବଜାରରେ ଶୁକ୍ରବାର ଟମାଟର ଦର କିଲୋଗ୍ରାମ ପିଛା ୪ରୁ ୧୦ ଟଙ୍କା ମଧ୍ୟରେ ରହିଥିଲା । ଗତ ବର୍ଷ ଏହି ସମୟରେ ଟମାଟର ଖୁଚୁରା ଦର ୩୦ରୁ ୪୦ ଟଙ୍କା ରହିଥିଲା । ବର୍ତ୍ତମାନ ଖୁଚୁରା ବଜାରରେ ଦର ୧୦ ଟଙ୍କା ପାଖାପାଖି ପହଞ୍ଚିଛି । ବଜାର ବିଶେଷଜ୍ଞଙ୍କ କହିବାନୁସାରେ ଟମାଟର ମୂଲ୍ୟ ହ୍ରାସ ପଛର ବଡ କାରଣ ହେଉଛି ଚାହିଦାରେ ହ୍ରାସ ଏବଂ କରୋନା ସଂକଟ ପରିସ୍ଥିତି ସମୟରେ ଅଧିକ ଉତ୍ପାଦନ ।
ଶୁକ୍ରବାର ରାଜଧାନୀ ଦିଲ୍ଲୀର ଆଜାଦପୁର ମନ୍ଦିରେ ଟମାଟର ମୂଲ୍ୟରେ ବଡ ହ୍ରାସ ଦେଖିବାକୁ ମିଳିଥିଲା । କ୍ୱିଣ୍ଟାଲ ପିଛା ଦର ଥିଲା ୪୪୦ ଟଙ୍କା । ଗତ ବର୍ଷ ଏହି ସମୟରେ ଦର ଥିଲା ୧୨୫୮ ଟଙ୍କା । ସେହିପରି ହାଇଦ୍ରାବାଦ ଓ ବେଙ୍ଗାଲୁରରେ ଟମାଟର ଦର ସବୁଠୁ କମ ସ୍ତରରେ ପହଞ୍ଚିଛି । ସରକାରୀ ରିପୋର୍ଟ ଅନୁସାରେ ୨୦୧୯ ଜୁଲାଇରୁ ୨୦୨୦ ଜୁନ୍‌ ମଧ୍ୟରେ ଦେଶରେ ଟମାଟର ଉତ୍ପାଦନ ୧୯୩.୨୮ ଲକ୍ଷ ଟନ ହେବାର ଅନୁମାନ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*