ଝଡ଼ତୋଫାନରେ ଫସିଥିବା ଏୟାର ଇଣ୍ଡିଆ ବିମାନର ସୁରକ୍ଷିତ ଅବତରଣ, ସମସ୍ତ ୧୭୨ ଯାତ୍ରୀ ନିରାପଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ଦିଲ୍ଲୀରୁ କୋଚି ହୋଇ ଥିରୁଅନନ୍ତପୁରମ୍‌ ଯାଉଥିବା ଏକ ଏୟାର ଇନ୍ଦିଆ ବିମାନ ଶୁକ୍ରବାର ଭୀଷଣ ଝଡ଼ ତୋଫାନରେ ଫସି ଯାଇଥିଲା । ଏହି ବିମାନରେ ସମୁଦାୟ ୧୭୨ ଯାତ୍ରୀ ଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବାବେଳେ ସମସ୍ତ ଯାତ୍ରୀ ନିରାପଦ ଥିବା ଜଣାଯାଇଛି । ବିମାନଟି କୋଚିରୁ ତ୍ରିଭେନ୍ଦ୍ରମ୍‌କୁ ଯାତ୍ରା କରୁଥିଲା । ଯାହାକି ରାସ୍ତାରେ ଏହା ଭୀଷଣ ଝଡ଼ରେ ଫସିଯାଇଥିଲା । ଏହି ଝଡତୋଫାନ ବେଳେ ବିମାନରେ ସବୁ ଜିନିଷପତ୍ର ଏପଟସେପଟ ହୋଇପଡିଥିବାର ଏକ ଫଟୋରୁ ଜଣାପଡିଛି । ଏହାପରେ ଏ-୩୨୧ ବିମାନଟିକୁ ନିରୀକ୍ଷଣ ପାଇଁର୍ ତକôାଳ ଅବତରଣ କରାଯାଇଥିଲା । ବିମାନଟିର ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି । ବିମାନଙ୍କୁ ଅଚାନକ ଅବତରଣ ଓ ନିରୀକ୍ଷଣ କରାଯିବା କାରଣରୁ ଏହା ଗନ୍ତବ୍ୟ ସ୍ଥଳରେ ପ୍ରାୟ ୪ ଘଣ୍ଟା ବିଳମ୍ବରେ ପହଞ୍ଚôଥିଲା । ବିମାନଟି ଆକାଶ ମାର୍ଗରେ ବିଜୁଳି ସଂସ୍ପର୍ଶରେ ଆସିଥିଲା ।
ସୂଚନାଯୋଗ୍ୟକି ଗୋଟିଏ ସପ୍ତାହ ମଧ୍ୟରେ ବିମାନ ସଂକଟରେ ଫସିବାର ଏହା ଦ୍ୱିତୀୟ କାରଣ । କିଛି ଦିନ ପୂର୍ବରୁ ଦିଲ୍ଲୀରୁ ବିଜୟୱାଡ଼ା ଯାଉଥିବା ଏୟାର ଇନ୍ଦିଆର ଏକ ଏ-୩୨୦ ବିମାନ ବି ବିଜୁଳି ଘେରକୁ ଆସିଯାଇଥିଲା । ଏଥିରେ କେବିନ୍‌ କ୍ରୁର ଜଣେ ସଦସ୍ୟ ମାମୁଲି ଭାବେ ଆହତ ହୋଇଥିଲେ । କିନ୍ତୁ ବିମାନର ଅନ୍ୟ ସବୁ ଯାତ୍ରୀ ସୁରକ୍ଷିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*