ଝୁଲିଝୁଲି ବେଦୀକୁ ଆସିଲା ବର, କନ୍ୟା କରି ଦେଲା ବିଦା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଗୋରଖପୁର

ଉତ୍ତରପ୍ରଦେଶର ଗୋରଖପୁରରେ ମଦ ନିଶାରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ବର । ଆଉ ବେଦୀରେ ବସିବା ପୂର୍ବରୁ କନ୍ୟା ଜଣଙ୍କ ମନା କରିଦେଲେ ବିବାହ ପାଇଁ । ବାଧ୍ୟରେ ଶିଶୁପାଳ ହୋଇ ଫେରିବାକୁ ପଡିଲା ବରକୁ ।
ଖୁଟହନା ନିବାସୀ ବେଚନ ବେଲଦାରଙ୍କ ଝିଅ ମଞ୍ଜୁଙ୍କର ବିବାହ ଶୁକ୍ରବାର ସିଙ୍ଗାରା ଗ୍ରାମର ରାଜାରାମଙ୍କ ସହ ହେବାର ଥିଲା । ରାସ୍ତାରେ ରାଜାରାମ ନିଜ ସାଥିଙ୍କ ସହ ମଦ ପିଇ ଆସିଥିଲେ । ଘରେ ପହଞ୍ଚିବା ପରେ ବେଦୀକୁ ଯିବା ପୂର୍ବରୁ ନିଶାରେ ଝୁଲୁଥିଲେ ସେ । କନ୍ୟା ପରିବାର ପକ୍ଷରୁ ଏହାକୁ ଅଣଦେଖା କରାଯାଇଥିଲା ବେଳେ ମଞ୍ଜୁ କିନ୍ତୁ ଏହା ଜାଣିପାରିଥିଲେ । ବରମାଳା ଦେବା ସମୟରେ ମଞ୍ଜୁ ସିଧା ମନାକରିଦେଇଥିଲେ ବାହା ହେବା ପାଇଁ । ଉଭୟ ପକ୍ଷ ମଞ୍ଜୁଙ୍କୁ ବୁଝାଇବାର ଚେଷ୍ଟା କରିଥିଲେ ମଧ୍ୟ ସେ ମାନିନଥିଲେ । ସୂଚନା ପୁଲିସକୁ ଯାଇଥିଲା । ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ବର ଓ ବରପିତାଙ୍କୁ ଥାନାକୁ ନେଇଯାଇଥିଲା । ତେବେ କନ୍ୟା ପଟରୁ କୌଣସି ଅଭିଯୋଗ ନହେବାରୁ ଶେଷରେ ଛଡାଯାଇଥିଲା ବରଙ୍କୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*