ଝିଅ ସହ କାମ କରିବାକୁ ନେଇ ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସର୍ବଦା ଝିଅ ଆରାଧ୍ୟା ସହ ସବୁଠି ସ୍ପଟ୍‌ କରାଯାଇଥାଏ । ସେ ଯେଉଁଠି କି ଯାଆନ୍ତୁ ନା କାହିଁକି ସାଥିରେ ଝିଅକୁ ମଧ୍ୟ ନେଇଥାନ୍ତି । ଏଭଳି କି ଉଭୟଙ୍କୁ କାନ୍ସ ଫେଷ୍ଟିଭାଲରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା । କ୍ରମେ ମା’ ଐଶ୍ୱର୍ଯ୍ୟାଙ୍କ ଭଳି ଝିଅ ଆରାଧ୍ୟା ମଧ୍ୟ ପପୁଲାର ହୋଇଗଲେଣି । ଏଭଳି ସମୟରେ ଯେତେବେଳେ ଐଶ୍ୱର୍ଯ୍ୟାଙ୍କୁ ଝିଅ ସହ ଫିଲ୍ମରେ କାମ କରିବାକୁ ନେଇ ପଚାରାଗଲା ସେ ଉତ୍ତର ଦେଇଥିଲେ ଏଭଳି । ସେ କହିଛନ୍ତି, “ମୁଁ ଜାଣିନାହିଁ ଭବିଷ୍ୟତରେ ମୋ ପାଇଁ ଓ ଆରାଧ୍ୟା ପାଇଁ କ’ଣ ଲେଖା ହୋଇଛି । ଏଣୁ ଯେଉଁ ମୂହୁର୍ତ୍ତ ମିଳୁଛି ମୁଁ ଆରାଧ୍ୟା ସହ ସମୟ ବିତାଇବାକୁ ପସନ୍ଦ କରେ । ତେବେ ଦେଖାଯାଉ ଆଗକୁ କ’ଣ ହେଉଛି ।”
ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାକୁ ଜନ୍ମ ଦେବା ପରେ ଫିଲ୍ମ ଦୁନିଁଆରୁ ଦୂରେଇ ରହିଥିଲେ । କିନ୍ତୁ ଏଇ ନିକଟରେ ଐଶ୍ୱର୍ଯ୍ୟା ‘ମେଲ୍‌ଫିସେଣ୍ଟ: ମିଷ୍ଟ୍ରେସ୍‌ ଅଫ୍‌ ଏଭିଲ୍‌’ରେ ଆଞ୍ଜୋଲିନା ଜୋଲିଙ୍କ ଲିଡ୍‌ ଭୂମିକା ପାଇଁ ନିଜର ସ୍ୱର ଦେଇଥିଲେ । ଏଥିରେ ଆରାଧ୍ୟାର ରିଆକ୍ସନ୍‌ ବିଷୟରେ ଐଶ୍ୱର୍ଯ୍ୟାଙ୍କୁ ପ୍ରଶ୍ନ ପଚରାଯିବାରୁ ସେ କହିଥିଲେ ଯେ, “ଆମେ ଦୁହେଁ ଏକାଠି ଫିଲ୍ମର ପ୍ରଥମ ଭାଗ ଦେଖିଥିଲୁ ଏବଂ ଆରାଧ୍ୟାକୁ ଏହା ଭଲ ଲାଗିଥିଲା । ତେବେ ଏଥିରେ ମୁଁ ସ୍ୱର ଦେଇଥିବା ବିଷୟରେ ଆରାଧ୍ୟା ଜାଣିବା ପରେ ସେ ବହୁତ ଖୁସି ହୋଇଯାଇଥିଲା ।” ଐଶ୍ୱର୍ଯ୍ୟା ଖୁବ୍‌ଶୀଘ୍ର ମଣିରତ୍ନମ୍‌ଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କର ଡବଲ ରୋଲ ରହିଛି । ଏହାପୂର୍ବରୁ ଐଶ୍ୱର୍ଯ୍ୟା ଏବଂ ମଣିରତ୍ନମ୍‌ ଗୁରୁ ଏବଂ ରାବଣ ଭଳି ଫିଲ୍ମରେ ମଧ୍ୟ ଏକାଠି କାମ କରିସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*