ଝାରସୁଗୁଡାରେ ଅସମ୍ଭବ ନିରବତା, ରାସ୍ତାଘାଟ ଶୁନଶାନ କ୍ୱାରାଣ୍ଟିନରେ ୩୧ ବିଦେଶ ଫେରନ୍ତା, ୧୪ କ୍ୱାରାଣ୍ଟିନରୁ ମୁକୁଳିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଝାରସୁଗୁଡା

୨୪ ଘଣ୍ଟା ଚଳଚଞ୍ଚଳ ରହୁଥିବା ଝାରସୁଗୁଡା ଆଜି ନିରବୀ ଯାଇଛି । ରାସ୍ତାଘାଟ ଶୂନଶାନ ନା ଚାଲୁଛି ବସ କିମ୍ବା ଟ୍ରେନ । ମଙ୍ଗଳବାର ଠୁ ସମଗ୍ର ଝାରସୁଗୁଡା ଜିଲ୍ଲାରେ କଡାକଡି ଲାଗୁ ହୋଇଛି ଲକ୍‌ଡାଉନ୍‌ କଟକଣା । ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠାରୁ ଲକ୍‌ଡାଉନ ଜିଲ୍ଲା ପ୍ରଶାସନ କଡାକଡି ଭାବରେ ଲାଗୁ କରିଛନ୍ତି ।
ଲକ୍‌ଡାଉନ୍‌ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ କହିଛନ୍ତି । ପର୍ବୂରୁ ସରକାର ଜିଲ୍ଲାର ଜାରସୁଗୁଡା ଓ ବ୍ରଜରାଜନଗର ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଆଜିଠାରୁ ସମଗ୍ର ଝାରସୁଗୁଡାକୁ ତାଲା ବନ୍ଦ କରାଯାଇଛି ।
ତାଲା ବନ୍ଦ ସମୟରେ କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ କରି ଦେଇଛନ୍ତି ସରକାର । ଅତି ଆବଶ୍ୟକ ନପଡିଲେ ଘରୁ ନବାହାରିବାକୁ କଡା କରାଯାଇଛି । ଏହି ସମୟରେ କେବଳ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ମୁ୍ୟନିସ୍‌ପାଲଟି ସେବା, ପୁଲିସ, ଅଗ୍ନିଶମସେବା, ଓଡ୍ରାଫ, ପାନୀୟ ଜଳ ଓ ବିଦୁ୍ୟତ ସେବା ମିଳିବ । ମାତ୍ର ସକାଳ ସମୟରେ ସକାଳ ୬ଟାରୁ ୧୧ଟାଏ ସମୟରେ ସଉଦା ଦୋକାନ, ପରିବରା ଦୋକାନ, ମାଛ, ମାଂସ, ଅନ୍ଦା, ଚିକେନ ଦୋକାନ ଖୋଲା ବ୍ୟବସ୍ଥା କରାଯାଇଛି । ପେଟ୍ରୋଲ ପମ୍ପ ଏବଂ ମେଡିସିନ ଦୋକାନ ଆଦି ଖୋଲା ରହିବ । ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ମାର୍କେଟ୍‌ ମଧ୍ୟ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
କୋରୋନାକୁ ନେଇ ବିଭିନ୍ନ ମିଥ୍ୟା ଖବର ପ୍ରସାର କରୁଥିବା ଗୁଜବକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ।
ସେହିପରି ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅପିଲ କରିବା ସହ ନିଜ ନିଜ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*