ଝାବୁଆ ଆସନ ଜିତିଲେ ବଦଳାଇବୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଝାବୁଆ
ମଧ୍ୟପ୍ରଦେଶର ଝାବୁଆ ବିଧାନସଭା ଆସନ ଉପନିର୍ବାଚନକୁ ନେଇ ଭାଜପା ମହାସଚିବ କୈଳାଶ ବିଜୟଭର୍ଗିୟ କରିଛନ୍ତି ଏକ ବଡ଼ ଘୋଷଣା । ସେହ କହିଛନ୍ତି ଯେ, ଯଦି ଭାଜପା ଏହି ଆସନରୁ ଜିତେ ତେବେ ଆମେ ମୁଖ୍ୟମନ୍ତ୍ରୀ ବଦଳାଇଦେବୁ । ମୋର ବିଶ୍ୱାସ ଲୋକେ ଏହି ଆସନରୁ ଭାଜପାକୁ ଜିତାଇବେ ।
ଦଳର ପ୍ରାର୍ଥୀ ଭାନୁ ଭୁରିଆଙ୍କ ସମର୍ଥନରେ ପ୍ରଚାର କରୁଥିବା ବିଜୟ ଭର୍ଗିୟ କହିଛନ୍ତି ଯେ, ଏହି ଉପନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା କମଲନାଥ ସରକାରଙ୍କ ଭବିଷ୍ୟତକୁ ସ୍ଥିର କରିବ । ତେଣୁ ବିଧାନସଭା କ୍ଷେତ୍ରର ଲୋକଙ୍କ ନିଷ୍ପତ୍ତି ଉପରେ ଏବେ ନିର୍ଭର କରୁଛି କମଲନାଥ ସରକାରର ଭାଗ୍ୟ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ ଯେ, କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମାପ୍‌ କରାଯିବ । ହେଲେ ଅଦ୍ୟାବଧି ଏହା ହୋଇନାହିଁ । ତେଣୁ ଖାଲି ରାଜ୍ୟବାସୀ ନୁହେଁ ବରଂ ରାଜ୍ୟର ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ କମଲନାଥ ସରକାରଙ୍କ ଉପରେ କ୍ଷୁବ୍ଧ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*