ଝାଉଁଗଛରେ ପିଟିହେଲା କାର: ୪ ଗୁରୁତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କୋଣାର୍କ

ଗୁରୁବାର ଅପରାହ୍ନରେ ଏକ କାର୍ ନଂ ଓଡି ୩୩ ଡବ୍ଲ୍ୟୁ ୪୧୮୦ କୋଣାର୍କ ଚନ୍ଦ୍ରଭାଗା ରୋଡ ହେଲିପ୍ୟାଡ ଆଗରେ ଥିବା ଝାଉଁ ଗଛରେ ଧକ୍କା ହେବା ଦ୍ୱାରା ୪ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ତାଳଦନ୍ଦା ଅଂଚଳର ଧ୍ରୁବ ଚରଣ ବିଶ୍ୱାଳ, ସବିତା ସେଣ, ମିଲନ ସେଣ, ଦେବେନ୍ଦ୍ର ସେଣ । ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ଆହତମାନଙ୍କୁ କୋଣାର୍କ ଡାକ୍ତରଖାନା ପଠାଇଦିଆଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପୁରୀ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । କାରରେ ଥିବା ବ୍ୟକ୍ତିମାନେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି କୋଣାର୍କ ଦେଇ ତିର୍ତୋଲ ତାଳଦନ୍ଦା ଫେରିବା ବାଟରେ କାର୍ଟି ଦୁର୍ଘଟଣା ହୋଇଥିଲା । କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ତଦନ୍ତ ଚଳାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*