ଜୈଶ ମୁଖ୍ୟାଳୟକୁ କବଜା କଲେ ପାକ୍‌ ସରକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଇସଲାମାବାଦ

ପୁଲୱାମା ଆତଙ୍କୀ ହମଲା ପରେ ଅନ୍ତର୍ଜାତୀୟ ଚାପର ବଶବର୍ତ୍ତୀ ହୋଇ ପାକିସ୍ତାନ ସରକାର ଶୁକ୍ରବାର ବହାୱଲପୁରସ୍ଥିତ ଜୈଶ-ଏ-ମହମ୍ମଦା ମୁଖ୍ୟାଳୟ, ଏକ ମାଦ୍ରାସା ଏବଂ ଏକ ମସଜିଦ୍‌କୁ କବଜାକୁ ନେଇଛି । ଏହା ପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜମାତ୍‌-ଉଦ-ଦାୱା ସହ ଜଡିତ ୨ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାଛଡା ଆଜି ପ୍ରଥମ ଥର ପାଇଁ ଆତଙ୍କୀ ହମଲାକୁ ନେଇ ପାକିସ୍ତାନ ସାମ୍ବାଦିକ ସମ୍ମିଳନୀ କରିଥିବା ଜଣାପଡିଛି । ଏହି ଅବସରରେ ପାକ୍‌ ସେନା ଭାରତ ଉପରେ ଆତଙ୍କବାଦ ପ୍ରସାର କରୁଥିବାର ଆରୋପ ଲଗାଇ ଏହା ୧୯୪୭ ମସିହାରୁ କାଶ୍ମୀର ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି କହିଥିଲା ପାକ୍‌ ସେନା । ଭାରତରେ କିଛି ବି ଅଘଟଣ ଘଟିଲେ, ଏହା ସଙ୍ଗେସଙ୍ଗେ ଏଥିପାଇଁ ପାକିସ୍ତାନକୁ ଦାୟୀ କରିଥାଏ । ଆମେ ଏହାର ଜବାବ ଦେବାକୁ କିଛି ସମୟ ନେଲୁ, କାରଣ ଆମେ ଏହା ମଧ୍ୟରେ ଏନେଇ କିଛି ଯାଞ୍ଚ କରିଥିଲୁ । ୧୯୪୭ ମସିହାରେ ପାକିସ୍ତାନ ସ୍ୱାଧୀନ ହୋଇଥିଲା । ହେଲେ ଭାରତ ଏହି ସତକୁ ଆଜି ଯାଏ ଆପଣେଇ ପାରିନାହିଁ ବୋଲି ସେନା ପକ୍ଷରୁ କୁହାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*