ଜେଲରେ ଚିଦାମ୍ବରମଙ୍କୁ ଭେଟିଲେ ଗୁଲାମନବୀ, ଅହମ୍ମଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ବୁଧବାର ତିହାର ଜେଲରେ ବନ୍ଦୀ ଥିବା ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଥିଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଏବଂ ଅହମ୍ମଦ ପଟେଲ । ଏହି ସମୟରେ ଉପସ୍ଥିତ ଥିଲେ କାର୍ତ୍ତି ଚିଦାମ୍ବରମ ।
ମିଳିଥିବା ସୂଚନା ଅନୁସାରେ ୩୦ମିନିଟ୍‌ ଧରି ଏହି ୩ ବରିଷ୍ଠ ନେତାଙ୍କ ମଧ୍ୟରେ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ମଧ୍ୟରେ ସାମିଲ ଥିଲା କାଶ୍ମୀର ପରିସ୍ଥିତି, ଆଗାମୀ ନିର୍ବାଚନ ଏବଂ ଦେଶର ଆର୍ଥିକ ସ୍ଥିତି । ସୂଚନାଯୋଗ୍ୟ ଯେ ଗତ ୫ ତାରିଖରେ ଆଇଏନଏକ୍ସ ମାମଲାରେ ତିହାର ଜେଲରେ ବନ୍ଦ ଅଛନ୍ତି ଚିଦାମ୍ବରମ । ପୂର୍ବରୁ ଅଭିଯୋଗ ହୋଇଥିଲା ଯେ, କଂଗ୍ରେସ ନେତାମାନଙ୍କ ସହ ତାଙ୍କୁ ଭେଟିବାକୁ ଦିଆଯାଉନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଗୁରୁବାର ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*