ଜେଜେ ବାପା,ଜେଜେ ମା’ ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
ବୈଶିଙ୍ଗା

ଖୁଣ୍ଟାପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଜେଜେ ବାପା, ଜେଜେ ମା’ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ କକ୍ଷରେ ଜେଜେ ବାପା,ଜେଜେ ମା’ମାନଙ୍କୁ ସ୍ୱାଗତ ଜଣାଇ ପଦ ବନ୍ଦନା କରାଯାଇଥିଲା । ଉପସ୍ଥିତ ଜେଜେ ବାପା, ଜେଜେ ମା’ମାନଙ୍କ ମଧ୍ୟରୁ ପ୍ରଦୀପ କୁମାର ଦାସଙ୍କୁ ସଭାପତି ରୂପେ ନିର୍ବାଚିତ କରିବା ପାଇଁ ବିଜୟ କୁମାର ପ୍ରଧାନ ପ୍ରସ୍ତାବ ଦେଇଥିଲେ । ଏହାକୁ ରଞ୍ଜିତା ଗୁରୁମା ସମର୍ଥନ ଜଣାଇଥିଲେ । ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ରଞ୍ଜିତା ପନ୍ଦା ସମାଜ ଗଠନରେ ଜେଜେ ବାପା, ଜେଜେ ମା’ମାନଙ୍କର ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ କାହ୍ନୁଚରଣ ପତି ନିଜର ବକ୍ତବ୍ୟ ମାଧ୍ୟମରେ ସମାଜର ଗଠନ ଦିଗରେ ଜେଜେ ବାପା, ଜେଜେ ମା’ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ ।
ମୁଖ୍ୟ ଅତିଥି ଉକ୍ରଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାଶ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ପ୍ରଦୀପ କୁମାର ଦାସ ଆଜିର ଆଧୁନିକ ଯୁଗରେ ଟିଭି, ମୋବାଇଲ ସମାଜକୁ ରୋଗାଗ୍ରସ୍ତ କରିଦେଇଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରଦୀପ କୁମାର ଭଞ୍ଜ ଓ ସନତ କୁମାର ଦାସ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*