ଜେଏନୟୁ ଛାତ୍ରାବାସ ଫି’ କିଛିଟା ହ୍ରାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

କିଛି ଦିନ ଧରି ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଜେଏନ୍‌ୟୁରେ ଛାତ୍ର ଅଶାନ୍ତି ଦେଖା ଯାଇ ଆସୁଛି । କର୍ତ୍ତୃପକ୍ଷଙ୍କ ଦ୍ୱାରା ହଷ୍ଟେଲ ଫି’ ବଢ଼ାଯିବାକୁ ବିଦ୍ୟାର୍ଥୀମାନେ ବିରୋଧ କରୁଛନ୍ତି । ମୁହାଁମୁହିଁ ଅବସ୍ଥା ପ୍ରାୟ ୩ ଦିନ ଧରି ଚାଲିଥିଲା । ବୁଧବାର ଦିନ ବର୍ଦ୍ଧିତ ହଷ୍ଟେଲ ଫି’ରେ କିଛିଟା ହ୍ରାସ କରାଯାଇଛି । ଜେଏନ୍‌ୟୁର କାର୍ଯ୍ୟକାରୀ ପରିଷଦର ବୈଠକ ବସି ଏହି ନିଷ୍ପତ୍ତି ନେଇଛି । ତା ସହ ଆର୍ଥିକ ପଛୁଆ ବର୍ଗର ଛାତ୍ରମାନଙ୍କ ଲାଗି ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ଏଥିରେ ନିଷ୍ପତ୍ତି ନିଆଯାଇଛି । ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ବାବଦ ନିଷ୍ପତ୍ତି ନେବାର ସବୁଠାରୁ ବଡ଼ ସଂସ୍ଥା ହେଲା ଏହି କାର୍ଯ୍ୟ ନିର୍ବାହୀ ପରିଷଦ । ମେସ୍‌ ସୁରକ୍ଷା ଜମା ୫,୫୦୦ରୁ ୧୨ ହଜାରକୁ ବୃଦ୍ଧି ହୋଇଥିଲା । ସେହିପରି ସିଙ୍ଗଲ ରୁମ୍‌ ଫି’ ମାସିକ ୨୦ ଟଙ୍କାରୁ ୬୦୦ ଟଙ୍କା ଏବଂ ଡବଲ ବେଡ୍‌ରୁମ୍‌ ୧୦ ଟଙ୍କାରୁ ୩୦୦ ଟଙ୍କାକୁ ବଢ଼ା ଯାଇଥିଲା । ଯାହାକୁ ସେମାନେ ବିରୋଧ କରୁଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*