ଜେଏନ୍ୟୁ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣକୁ ନେଇ ପ୍ରତିବାଦ ସଭା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭଦ୍ରକ

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନେ୍ଦାଳନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ୍ ଓ ପାରା ମିଲ୍ଟାରୀ ଫୋର୍ସର ଆକ୍ରମଣ ବିରୁଦ୍ଧରେ ଭାରତର ଛାତ୍ର ଫେଡେରେସନ୍ (ଏସ୍ଏଫ୍ଆଇ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କୁଳପତି ଭାଜପାର ଏଜେଣ୍ଟ ଭାବେ କାର୍ଯ୍ୟ କରିବା ସହ ଗଣତାନ୍ତ୍ରିକ ଭାବେ ଆନେ୍ଦାଳନ ଚଳାଇଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୁଲିସ୍କୁ ଲଗାଇ ଲାଠି ମାଡ, ଲୁହ ବୁହା ଗ୍ୟାସ୍ ପ୍ରୟୋଗ ସହ ପାରା ମିଲ୍ଟାରୀ ଫୋର୍ସ ଲଗାଇ ଯେଉଁଭଳି ଆକ୍ରମଣ କରିଛନ୍ତି, ତାକୁ ଏସ୍ଏଫ୍ଆଇ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଜେଏନ୍ୟୁ ବିଶ୍ୱର ଅଦ୍ୱିତୀୟ ବିଶ୍ୱବିଦ୍ୟାଳୟ ହୋଇଥିବାବେଳେ ଏଥିରୁ ପ୍ରତ୍ୟେକ ବର୍ଷ ବହୁ ମେଧାବୀ ଛାତ୍ରଛାତ୍ରୀ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଦେଶର ଗୌରବ ବୃଦ୍ଧି କରୁଛନ୍ତି । ଏପରି ସ୍ଥଳେ ଫାଶୀବାଦୀ କେନ୍ଦ୍ର ସରକାର ଏହାର ଛାତ୍ରଛାତ୍ରୀଙ୍କ ଉପରେ ଯେଭଳି ଆକ୍ରମଣ କରି ମିଥ୍ୟା ମୋକଦ୍ଦମାମାନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦାର ବିଷୟ ବୋଲି ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ମତପ୍ରକାଶ ପାଇଛି । ବିଶେଷକରି ଏହି ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ଓ ଆନେ୍ଦାଳନରତ ଛାତ୍ରମାନଙ୍କ ବିରୁଦ୍ଧରେ ମୋଦୀ ସରକାର ଯେଉଁ ଷଡଯନ୍ତ୍ର ରଚିଛନ୍ତି, ତାହାକୁ ଏସ୍ଏଫ୍ଆଇ କେବେ କ୍ଷମା ଦେବ ନାହିଁ ବୋଲି ଏହି ପ୍ରତିବାଦ ସଭାରେ ଅଧ୍ୟକ୍ଷତା କରିଥିବା ନେତା ଦୀପକ ଦାସ ଆହ୍ୱାନ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*