ଜୁଲାଇରେ ମିଳିବ ୬ ରାଫେଲ ବାୟୁସେନାର କ୍ଷମତା ହେବ ବହୁଗୁଣିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ସହ ଜାରି ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନାର କ୍ଷମତା ବୃଦ୍ଧି ହେବାକୁ ଯାଉଛି । ଭାରତକୁ ଆସନ୍ତା ମାସ ଶେଷ ସୁଦ୍ଧା ଅସ୍ତ୍ରଶସ୍ତ୍ର ଖଞ୍ଜିତ ୬ଟି ରାଫେଲ ଲଢୁଆ ବିମାନ ମିଳିବାର ସମ୍ଭାବନା ଅଛି । ସୂତ୍ରାନୁସାରେ ଏହି ରାଫେଲଗୁଡିକରେ ୧୫୦ କିମି ପର୍ଯ୍ୟନ୍ତ ଟାର୍ଗେଟ କରିପାରୁଥିବା ମିଟିୟର ମିସାଇଲ ମଧ୍ୟ ରହିଛି । ଏହାଦ୍ୱାରା ଭାରତୀୟ ବାୟୁସେନାର ବିପୁଳ ଶକ୍ତି ବୃଦ୍ଧି ହେବ ।
ହେଲେ ରାଫେଲ କେତେଶୀଘ୍ର ଭାରତକୁ ମିଳିବ, ତାହା ଫ୍ରାନ୍ସରେ ଭାରତୀୟ ବାୟୁସେନା ପାଇଲଟଙ୍କ ଟ୍ରେନିଂ ଉପରେ ନିର୍ଭର କରେ ବୋଲି କୁହାଯାଉଛି । ତେଣୁ ଏହି ଟ୍ରେନିଂ ଶେଷ ହେବା କ୍ଷଣି ଭାରତକୁ ୬ଟି ରାଫେଲ ମିଳିବାର ସମ୍ଭାବନା ଅଛି । ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଖଞ୍ଜା ଏହି ରାଫେଲ ବିମାନକୁ କିଛି ଦିନ ମଧ୍ୟରେ ହିଁ ବାୟୁସେନା ଅପରେସନରେ ସାମିଲ୍‌ କରିବ । ପୂର୍ବରୁ ଅମ୍ବାଲାକୁ ୪ଟି ରାଫେଲ ଆସିବ ବୋଲି ଯୋଜନା ଥିଲା । ଏଥିରେ ୩ଟି ଦୁଇ ସିଟ୍‌ ବିଶିଷ୍ଟ ଟ୍ରେନର ଭର୍ସନ ବିମାନ ଥିଲା, ଯାହା ଜରିଆରେ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ପାଇଲଟଙ୍କୁ ଟ୍ରେନିଂ ଦିଆଯିବାର ଥିଲା । ଅମ୍ବାଲାରେ ହିଁ ଭାରତର ପ୍ରଥମ ରାଫେଲ ଜେଟ୍‌ ବେସ୍‌ ହେବାକୁ ଥିବାବେଳେ ଦ୍ୱିତୀୟ ବେସ୍‌ ହାଶୀମାରାଠାରେ ହେବ ।
ସୂଚନା ଅନୁସାରେ, ଭାରତ ଆସିବାକୁ ଥିଲା ଏହି ବିମାନର ସଂଖ୍ୟା ଅଧିକ ହୋଇପାରେ । ଏନେଇ ନିଷ୍ପତ୍ତି ଆବଶ୍ୟକତା ଏବଂ ଫ୍ରାନ୍ସରେ ଟ୍ରେନିଂ ନେଉଥିବା ପାଇଲଟଙ୍କୁ ଧ୍ୟାନରେ ରଖି ନିଆଯିବ । କରୋନା ସଙ୍କଟ ସ୍ଥିତିରେ ମଧ୍ୟ ବାୟୁସେନା ଉକ୍ତ ବିମାନଗୁଡିକ ଭାରତକୁ ଆସିବା ପୂର୍ବରୁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପ୍ରୟାସ କରୁଛି । ଅନ୍ୟପଟେ ଜଣେ ବିମାନ ଅଧିକାରୀ ସୂଚନା ଦେଇଛନ୍ତି ଯେ, ରାଫେଲ ଭାରତକୁ ଆସିବା ବାବଦରେ ଜୁଲାଇ ମଧ୍ୟଭାଗରେ ନିଷ୍ପତ୍ତି ନିଆଯିବ । ଏହି ଅବସରରେ ଅନେକ କଥାକୁ ବିଚାରକୁ ନିଆଯିବ । ପ୍ରଥମ ରାଫେଲ ଉଡାଇବା ପାଇଁ ୧୭ ଗୋଲ୍ଡେନ ଏରୋ ସ୍କ୍‌ାର୍ଡନର କମାନ୍ଦିଂ ଅଫିସରଙ୍କ ଚୟନ କରାଯାଇଛି । ତାଙ୍କ ସହ ଜଣେ ଫ୍ରାନ୍ସର ପାଇଲଟ ରହିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*