ଜୁନ ୧ରୁ ଚାଲିବ ୨୦୦ ଟ୍ରେନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

କରୋନା ସଙ୍କଟ ଏବଂ ଲକ୍‌ଡାଉନ ମଧ୍ୟରେ ରେଳବାଇ ଆସନ୍ତା ଜୁନ ୧ରୁ ଆଉ ୨୦୦ ଟ୍ରେନ ଆରମ୍ଭ କରିବ । ଗୁରୁବାର ସକାଳ ୧୦ଟା ବେଳୁ ଏଥିପାଇଁ ଅନଲାଇନ୍‌ ବୁକିଂ ଆରମ୍ଭ ହୋଇଛି । ପ୍ରାୟ ଅଢେଇ ଘଣ୍ଟା ମଧ୍ୟରେ ୪ଲକ୍ଷରୁ ଊଦ୍ଧ୍ୱର୍ ଲୋକ ଟିକଟ ବୁକ୍‌ କରିଥିବା ଜଣାପଡିଛି । ଏହାପରେ ରେଳବାଇ ଶୁକ୍ରବାରଠାରୁ ଅଫ୍ଲାଇନ୍‌ ଟିକଟ ବୁକିଂ ସୁବିଧା ଦେବାକୁ ଘୋଷଣା କରିଛି । ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଏହି ସୁବିଧା ଦେଶର ୧.୭ଲକ୍ଷ କମନ ସର୍ଭିସ୍‌ ସେଣ୍ଟର୍ସ(ସିଏସସି)ରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି । ଏହି କେନ୍ଦ୍ରକୁ ଯାଇ ଲୋକେ ଅଫଲାଇନ୍‌ ଟିକେଟ୍‌ ବୁକ୍‌ କରିପାରିବେ । ଆଗାମୀ ସମୟରେ ଆହୁରି ଟ୍ରେନ୍‌ ଚଳାଇବାକୁ ଏବଂ ରେଳ ଷ୍ଟେସନରେ ଦୋକାନକୁ ମଞ୍ଜୁରୀ ପ୍ରଦାନ କରାଯିବାର କଥା କହିଛନ୍ତି ।
ପ୍ରଥମ ଦିନରେ ସପ୍ତାହକର ସବୁ ଟ୍ରେନ୍‌ ଫୁଲ: ଆସନ୍ତା ଜୁନ ୧ରୁ ଚାଲିବାକୁ ଥିବା ସବୁ ଟ୍ରେନର ବୁକିଂ ଆରମ୍ଭ ହେବା କ୍ଷଣି ଫୁଲ ହୋଇଯାଇଥିଲା । ରେଳବାଇ ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟର ୭୩ ସ୍ପେଶାଲ ଟ୍ରେନ ପାଇଁ ୨ ଘଣ୍ଟାରେ ୧,୪୯,୦୨୫ ଟି ଟିକଟ ବୁକ୍‌ ହୋଇସାରିଛି । ଆଉ ପରବର୍ତ୍ତୀ ୨.୩୦ ଘଣ୍ଟାରେ ଏହି ସଂଖ୍ୟା ୪ଲକ୍ଷରୁ ଅଧିକ ପହଞ୍ଚôଯାଇଥିଲା । ଏହା ସହିତ ଆସନ୍ତା ସପ୍ତାହକ ପାଇଁ ସବୁ ଟ୍ରେନ୍‌ ଟିକଟ ବୁକ୍‌ ହୋଇଯାଇଛି । ସବୁ ଟ୍ରେନରେ ୧୦୦ରୁ ଅଧିକ ୱେଟିଂ ଟିକଟ ରହିଛି ବୋଲି ରେଳବାଇ ସୂଚନା ଦେଇଛି ।
ପୂର୍ବରୁ ବୁଧବାର ରାତିରେ ରେଳବାଇ ପକ୍ଷରୁ ଜୁନ ୧ରୁ ଚାଲିବାକୁ ଥିବା ଟ୍ରେନଗୁଡିକର ତାଲିକା ଜାରି କରିଥିଲେ । ଏଥିରେ ଦୁରନ୍ତୋ, ସଂପର୍କ କ୍ରାନ୍ତି, ଜନ ଶତାବ୍ଦୀ ଏବଂ ପୂର୍ବା ଏକ୍ସପ୍ରେସ ଭଳି ଟ୍ରେନ ସାମିଲ ରହିଥିଲା । ଏହି ଟ୍ରେନଗୁଡିକରେ ଉଭୟ ଏସି ଏବଂ ନନ୍‌-ଏସି କୋଚ ରହିବ । ଜେନେରାଲ ବଗିରେ ବସିବା ପାଇଁ ରିଭର୍ଜବେସନ କରିବାକୁ ହେବ । ଅର୍ଥାତ୍‌ ଟ୍ରେନରେ କୌଣସି ଅନରିର୍ଭଡ କୋଚ୍‌ ରହିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*