ଜୁନ୍‌ ୧ରୁ ଉଡିପାରେ ବିମାନ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଦେଶ ବ୍ୟାପି ଲକଡାଉନ୍‌ କାରଣରୁ ଗତ ଦୁଇ ମାସ ଧରି ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି । ତେବେ ଏବେ ଜୁନ୍‌ ୧ରୁ ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ଦେଖାଦେଲାଣି । କାରଣ ଦେଶର କିଛି ଏୟାରଲାଇନ୍ସ କମ୍ପାନୀ ଜୁନ୍‌ ୧ରୁ ବିମାନ ଯାତ୍ରା ପାଇଁ ବୁକିଂ ଆରମ୍ଭ କଲେଣି । କରୋନା ସଂକ୍ରମଣ କାରଣରୁ ବ୍ୟବସାୟୀକ ଉଡ଼ାଣ ସେବାକୁ ମେ ୩୧ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ।
ସୂଚନାନୁସାରେ ଇନ୍ଦିଗୋ ଏବଂ ଭିସ୍ତାରା ପକ୍ଷରୁ କୁହାଯାଇଛି ଯେ, ଆମେ ଘରୋଇ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କଲୁଣୁ । ସ୍ପାଇସ୍‌ ଜେଟର ଜଣେ ପ୍ରବକ୍ତା କହିଛନ୍ତି ଯେ, ଆମର ଆନ୍ତର୍ଜାତୀୟ ବିମାନ ସେବା ପାଇଁ ବୁକିଂ ୧୫ଜୁନ ପର୍ଯ୍ୟନ୍ତ ବନ୍ଦ ଅଛି । ଏୟାର ପାସେଞ୍ଜର ଆସୋସିଏସନ୍‌ ଅଫ୍‌ ଇନ୍ଦିଆର ଅଧ୍ୟକ୍ଷ ସୁଧାକର ରେ‡ି କହିଛନ୍ତି ଯେ, କିଛି ବିମାନ କମ୍ପାନୀ ବୁକିଂ ଆରମ୍ଭ କଲେଣି । ଆନ୍ତର୍ଜାତୀୟ ବୁକିଂ ସୁବିଧା ମଧ୍ୟ ଇନ୍ଦିଗୋ, ସ୍ପାଇସ୍‌ ଜେଟ୍‌, ଗେଏୟାର ଆରମ୍ଭ କରିଛନ୍ତି । ତେଣୁ ଆଶା କରାଯାଉଛି ଜୁନ୍‌ ୧ରୁ ଉଡ଼ାଣ ଆରମ୍ଭ ହୋଇପାରେ । ତେବେ ତରବରିଆ ଭାବେ ବୁକିଂ ନକରି ସରକାରଙ୍କ ନିଦେ୍ର୍ଦନାମାକୁ ଅପେକ୍ଷା କରିବା ଦରକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*