ଜୁନିୟର ଏସିଆନ୍‌ କୁସ୍ତି ଚମ୍ପିଆନ୍‌ସିପ୍‌କୁ ଭାରତରେ ରଖିବା ପାଇଁ ଉଦ୍ୟମ ଜାରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ
ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନର ତିକ୍ତତାପୂର୍ଣ୍ଣ ପରିବେଶ କାରଣରୁ ଭିସା ପ୍ରଦାନ ପାକ୍‌ ଖେଳାଳିମାନଙ୍କୁ ଭାରତ ସରକାର କରୁନାହାନ୍ତି । ଫଳରେ ବଡ଼ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ଉପରେ ଏହାର ଖରାପ ପ୍ରଭାବ ପଡ଼ିଛି । ନିକଟ ସୁଟିଂ ବିଶ୍ୱକପ୍‌ରେ ୨ଟି ଅଲିମ୍ପିକ୍‌ କୋଟା କାଢ଼ି ନିଆଯାଇଥିଲା । ତେବେ ଜୁନିୟର ଏସିଆନ୍‌ କୁସ୍ତି ଚମ୍ପିଆନ୍‌ସିପ୍‌ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । ବିଶ୍ୱ ସଂଯୁକ୍ତ ରେସଲିଂ ସଂଘ ଆନ୍ତର୍ଜାତିକ କ୍ରୀଡ଼ା ଫେଡେରେସନ ଗୁଡ଼ିକୁ ଭାରତ ସହ ଯୋଗାଯୋଗ ବିଚ୍ଛିନ୍ନ କରିବା ପାଇଁ କହିଥିବାରୁ ଏହି ଜୁନିୟର କୁସ୍ତି ପ୍ରତିଯୋଗିତା ଆୟୋଜନ ଆଶଙ୍କାରେ ପଡ଼ିଛି । ଜୁଲାଇ ମାସରେ ଏହା ଅନୁଷ୍ଠିତ ହେବାର ଅଛି । ଏହି ପ୍ରତିଯୋଗିତାକୁ ବଞ୍ଚାଇ ରଖିବା ପାଇଁ ଭାରତୀୟ କୁସ୍ତି ସଂଘ ଭାରତ ସରକାରଙ୍କୁ ଏହି ଚମ୍ପିଆନ୍‌ସିପ୍‌ ବଞ୍ଚାଇ ରଖିବା ସକାଶେ ସହଯୋଗ କରିବା ପାଇଁ ଚିଠି ଲେଖିବା ପାଇଁ ଯାଉଛି । ଲେବାନନ୍‌ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଓହରିଯିବା ପରେ ଭାରତକୁ ସେ ଭାର ମିଳିଥିଲା । ଜୁଲାଇ ୯ରୁ ୧୪ ତାରିଖ ଯାଏଁ ଏହାର ଆୟୋଜନ ହେବାର ଅଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*