ଜୁନାଗଡ଼ ଧର୍ଷଣ ମାମଲା : ଫସର ଫାଟିଗଲା ଚକ୍ରାନ୍ତ ପୁଲିସର ରାଜସାକ୍ଷୀ ଲଳିନ୍ଦ୍ର ଗଲା ଜେଲ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପୁଲିସ ଏବଂ ବିଜୁ ଜନତା ଦଳର ଉଦେ୍ଦଶ୍ୟକୁ କିଭଳି ଗଣମାଧ୍ୟମ ପନ୍ଦ କରିଦେଇପାରେ, ତାହାର ବଡ଼ ଉଦାହରଣ ହେଲା ଜୁନାଗଡ଼ ଗଣଧର୍ଷଣ ମାମଲା । ଲୁଚାଇବାକୁ ଚେଷ୍ଟା କରିଥିଲା ପୁଲିସ । ମୁଖ୍ୟ ବଳାକ୍ରାରୀକୁ ରାଜସାକ୍ଷୀ ଭାବେ ଦେଖାଇଥିଲା ପୁଲିସ । ଯେଉଁ ବିଜଦ ନେତାଙ୍କ ବସ୍‌ ଡ୍ରାଇଭର ଥିଲା ବଳାକ୍ରାରୀ, ସେହି ନେତାଙ୍କୁ ଦେଖିବାକୁ ମିଳିଲା ମନ୍ତ୍ରୀଙ୍କ ସହ ପୁଲିସ ଉତ୍ସବରେ । ମୋଟାମୋଟି ଭାବେ ଉଦେ୍ଦଶ୍ୟ ଥିଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ଜିଲା ସଭାପତି ପ୍ରମୋଦ ରଥଙ୍କୁ ସୁରକ୍ଷା ଦେବା । ମାତ୍ର ଉଦ୍ୟମ ଫସର ଫାଟିଗଲା କେତେକ ୱେବ୍‌ ଚ୍ୟାନେଲ୍‌ ଦ୍ୱାରା ପ୍ରସାରିତ ଭିଡିଓ ଯୋଗୁଁ । ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ ଏବଂ ଭାରତୀୟ ଜନତା ପାର୍ଟିର ସମୟ ଉପଯୋଗୀ ଆକ୍ରମଣ ପୁଲିସର ହୋସ୍‌ ଉଡ଼ାଇ ଦେଇଥିଲା । ତେଣୁ ଦେହ ଝାଡ଼ିବା ଭଳି ପୀଡ଼ିତାଙ୍କ ବୟାନ ସାନି ରେକର୍ଡ଼ କରାଗଲା । ଏହି ରେକର୍ଡ଼ ଆଧାରରେ ମୁଖ୍ୟ ଅଭିଯୁକ୍ତ ‘ପୁଲିସର ରାଜସାକ୍ଷୀ’ଙ୍କୁ ଗିରଫ କଲା ପୁଲିସ । କୋର୍ଟ ଚାଲାଣ ହେଲା । ଛୁଟି ଥିବାରୁ ଜଜ୍‌ଙ୍କ ବାସଭବନରେ ଶୁଣାଣି ହେଲା । ଜାମିନ ନାମଞ୍ଜୁର ହେବାରୁ ବିଜୁ ଜନତା ଦଳ ନେତାଙ୍କ ଡ୍ରାଇଭର ଶନିବାର ଦିନ ଜେଲ୍‌କୁ ଗଲେ ।
ଜୁନାଗଡ଼ରେ ଜଣେ ଯୁବତୀଙ୍କୁ ଗଣଧର୍ଷଣ କରାଯାଇଥିଲା । ଲୋକଲଜ୍ଜା ଭୟରେ ଯୁବତୀ ଜଣଙ୍କ ପ୍ରଥମେ ଥାନାକୁ ଯାଇ ନଥିଲେ । କିନ୍ତୁ ଧର୍ଷଣ ଦୃଶ୍ୟ ଭିଡିଓ ଭାଇରାଲ୍‌ ହେବାରୁ ଯୁବତୀ ଓ ତାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ । ଦିଆଯାଇଥିବା ଏତଲା ଅନୁସାରେ ବିଜଦ ଜିଲା କାର୍ଯ୍ୟକାରୀ ସଭାପତି ଲଳିନ୍ଦ୍ର ଶବର ତାଙ୍କୁ ବାଇକ୍‌ରେ ଲିଫ୍ଟ ଦେଇଥିଲେ । ବାଟରେ ୬ଜଣ ତାଙ୍କୁ ଜୋର୍‌ ଜବରଦସ୍ତ ଜଙ୍ଗଲକୁ ନେଇ ଯାଇଥିଲେ ।

ସେଠାରେ ତାଙ୍କ ସହିତ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ପୁଲିସ କହିଥିଲା ଯେ, ମୂଳ ଏତଲାରେ ଲଳିନ୍ଦ୍ରଙ୍କ ନାଁ ନଥିଲା । କିନ୍ତୁ ସନେ୍ଦହ କରାଯାଉଛି ଯେ, ଏହି ଏତଲାଟି ପୁଲିସ ଦ୍ୱାରା ଲେଖାଯାଇଥିଲା । ଯୁବତୀ ଓ ତାଙ୍କ ପରିବାରକୁ ବୁଝାଇ ଦିଆଯାଇଥିଲା ଯେ, ଲଳିନ୍ଦ୍ରଙ୍କ ଦ୍ୱାରା ସବୁ ଅଭିଯୁକ୍ତମାନଙ୍କୁ ଧରାଯିବ । ପୁଲିସ ମଧ୍ୟ ଲଳିନ୍ଦ୍ରଙ୍କୁ ରାଜସାକ୍ଷୀ କରି ଅନ୍ୟ ୯ଜଣ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରିବା ସହ ଗିରଫ କରିଥିଲା । ୧୬୧ ଧାରାରେ ଯୁବତୀଙ୍କ ବୟାନ ରେକର୍ଡ଼ କରିଥିଲା । ତେବେ ପୁଲିସ ଚାପରେ ଏହି ବୟାନରୁ ଲଳିନ୍ଦ୍ରଙ୍କ ନାମ ହଟାଇ ଦିଆଯାଇଥିବା ସନେ୍ଦହ କରାଯାଉଛି ।
ଲଳିନ୍ଦ୍ରଙ୍କୁ ଜୁନାଗଡ଼ ପୁଲିସ ସୁରକ୍ଷା ଦେଉଥିବା ଜାଣିବା ପରେ ଭୀଷଣ ପ୍ରତିକି୍ରୟାଶୀଳ ହୋଇପଡ଼ିଥିଲେ ଯୁବତୀ ଜଣଙ୍କ । କୌଣସି ଆଗଧାଡ଼ିର ଗଣମାଧ୍ୟମ ପ୍ରକୃତ ସତ୍ୟ ଉନ୍ମୋଚନ ନକରି ବରଂ ପୁଲିସ ଓ ଲଳିନ୍ଦ୍ରଙ୍କୁ ପ୍ରଶଂସା କରିବା ଆରମ୍ଭ କରିଦେଇଥିଲେ । ହେଲେ ପୀଡ଼ିତାଙ୍କ ବୟାନ ଭିଡିଓ ଆକାରରେ ଭାଇରାଲ୍‌ ହେବା ପରେ ଜଣାପଡ଼ିଲା ଯେ, ପୁଲିସ ଯାହାକୁ ରାଜସାକ୍ଷୀ ବନାଇଛି, ସେ ହିଁ ହେଉଛି ମୁଖ୍ୟ ଦୁଷ୍କର୍ମକାରୀ । ପୀଡ଼ିତାଙ୍କ କହିବା ଅନୁସାରେ ସେ ସୁଭଦ୍ରା ରଥର ଡ୍ରାଇଭର ଲଳିନ୍ଦ୍ରଙ୍କ ବାଇକ୍‌ରେ ଲିଫ୍ଟ ନେଇ ଆସୁଥିଲେ । ହଠାତ୍‌ ସେ ବନମାଳିପୁର ଛକରେ ବାଇକ୍‌ ଅଟକାଇ ଦେଇଥିଲେ । ଅନ୍ୟ ଅପରାଧୀମାନଙ୍କୁ ସୁଯୋଗ ଦେବା ଲାଗି ସେ ଏହା କରିଥିଲେ । ୬ଜଣ ଯୁବକ ତାଙ୍କୁ ବଳ ପୂର୍ବକ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ପହଞ୍ଚô ଥିଲେ ଲଳିନ୍ଦ୍ର । ସେ ହିଁ ପ୍ରଥମେ ତାଙ୍କୁ ଧର୍ଷଣ କରିଥିଲେ । ଯଦି ତାକୁ ଛାଡ଼ି ଦିଆଯାଏ, ତେବେ ସେ ଆତ୍ମହତ୍ୟା କରିବେ ବୋଲି ପୀଡ଼ିତା ଜଣଙ୍କ ଧମକ ଦେଇଥିଲେ ।
ଏହି ଭିଡ଼ିଓ ପୁଲିସର ହୋସ୍‌ ଉଡ଼ାଇ ଦେଇଥିଲା । ପ୍ରଥମେ ଯୁବତୀ ଏତଲାରେ ତାଙ୍କ ନାଁ ଲେଖି ନଥିଲା ବୋଲି ସଫେଇ ଦେଇଥିଲା ପୁଲିସ । କିନ୍ତୁ ଏତଲାଟି କିଏ ଲେଖିଥିଲା, ଏ ବିଷୟରେ ପୁଲିସ ନିରବ । ଏଣେ ଜଣାପଡ଼ି ଯାଇଥିଲା ଯେ, ବିଜଦ ନେତା ପ୍ରମୋଦ ରଥଙ୍କ ବସ୍‌ ଡ୍ରାଇଭର ହେଉଛି ଲଳିନ୍ଦ୍ର । ହଠାତ୍‌ ପ୍ରମୋଦଙ୍କୁ ଦେଖିôବାକୁ ମିଳିଲା ଘରୋଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜୁନାଗଡ଼ ବିଧାୟକ ଦିବ୍ୟସିଂହ ମିଶ୍ରଙ୍କ ସହ । ଭୁବନେଶ୍ୱରରେ ରାଜ୍ୟ ପୁଲିସ ଏକାଡେମୀର ଏକ ଉତ୍ସବରେ ମନ୍ତ୍ରୀଙ୍କ ସହ ମଞ୍ଚରେ ଦେଖିବାକୁ ମିଳିଲା ପ୍ରମୋଦଙ୍କୁ । ଜଣେ ଜିଲା କାର୍ଯ୍ୟକାରୀ ସଭାପତି କେଉଁ କ୍ଷମତା ଓ ଅଧିକାର ବଳରେ ପୁଲିସ ଉତ୍ସବରେ ମନ୍ତ୍ରୀଙ୍କ ସହ ମଞ୍ଚରେ ବସିବା ପାଇଁ ସୁଯୋଗ ପାଇଲେ? ଦ୍ୱିତୀୟରେ ଜୁନାଗଡ଼ ଧର୍ଷଣ ମାମଲା ଲୋକଲୋଚନକୁ ଆସିବା ମାତ୍ରେ ମହିଳା କମିଶନ ଅଧ୍ୟକ୍ଷା ତଥା ପୂର୍ବତନ ବିଜଦ ମହିଳା ମୋର୍ଚ୍ଚା ସଭାପତି ମିନତୀ ବେହେରା ଜୁନାଗଡ଼ ଧାଇଁଗଲେ କାହିଁକି? ଅନ୍ୟ କୌଣସି ଧର୍ଷଣ ମାମଲାରେ ମିନତୀ ଏତେ ତତ୍ପରତା ଦେଖାଇ ଥିଲେ କି? ଏସବୁ ପ୍ରଶ୍ନ ସଙ୍କେତ ଦେଉଛି ଯେ, ବିଜଦ ନେତାଙ୍କ ବସ୍‌ ଡ୍ରାଇଭରକୁ ନିରୁତା ସୁରକ୍ଷା ଦେବା ନିମନ୍ତେ ପୁଲିସ ହିଁ ଜାଣିଶୁଣି ଜଣେ ମୁଖ୍ୟ ବଳାକ୍ରାରୀଙ୍କୁ ରାଜସାକ୍ଷୀ ବନାଇ ଥିଲା ।
ଏବେ ରାଜନୈତିକ ଚାପ ଏବଂ ପୀଡ଼ିତାଙ୍କ ସାହସ ଯୋଗୁଁ ଶାସକ ଦଳ ଏବଂ ପୁଲିସର ଚକ୍ରାନ୍ତ ଫସର ଫାଟିଗଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*