ଜିଲ୍ଳାସ୍ତରୀୟ ଶିଶୁ ମହୋତ୍ସବ ସୁରଭି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ଭଦ୍ରକରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଭା ପଇସା ଦେଇ କିଣା ଯାଏନାହିଁ, ପିଲାଙ୍କ ପାଖରେ ପ୍ରତିଭା ଥାଏ । ଶିଶୁ ମାନଙ୍କ ସୁପ୍ତ ପ୍ରତିଭା ପ୍ରସ୍ଫୁଟିତ ହେବା ପାଇଁ ପରିବାର, ପାଠଶାଳା ଓ ପରିବେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଯୋଗ ଦେଇ ବରେଣ୍ୟ ଅତିଥିବୃନ୍ଦ ମତ ପ୍ରଦାନ କରିଛନ୍ତି । ଜିଲ୍ଳା ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ ସଂଗ୍ରାମ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଭଦ୍ରକ ସାଂସଦ ମଞ୍ଜୁଲତା ମନ୍ଦଳ, ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରାଧ୍ୟାପକ କମଳାକାନ୍ତ ଜେନା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସିଏଚ୍ ବିଜୟଲକ୍ଷ୍ମୀ ପ୍ରମୁଖ ଯୋଗ ଦେଇ ପିଲାଙ୍କ ପ୍ରତିଭା ପ୍ରକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ବଡ଼ ମାଧ୍ୟମ ବୋଲି ପ୍ରକାଶ କରିଥିଲେ । ଶିକ୍ଷକ ରମାକାନ୍ତ ଜେନା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ମନୋଜ ସାହୁ ସ୍ୱାଗତ ଭାଷଣ ରଖିଥିଲେ । ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ବିଶ୍ୱନାଥ ନାୟକ ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ସହ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷୟତ୍ରୀ ରଶ୍ମିରେଖା ପରମାଣିକ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*